ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

ଡାବୁଗାଁ, ୧୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ହର ଘର ତ୍ରିରଙ୍ଗା ଅଭିଯାନ ନିମନ୍ତେ ଡାବୁଗାଁ ଉପ ଡାକ ଘରେ ଜାତୀୟ ପତାକା ବିକ୍ରି ଆରମ୍ଭ କରାଯାଇଛି । ଘରେ ଜାତୀୟ ପତାକା ଲଗାଇବା ପ୍ରତ୍ୟେକ ଭାରତୀୟ ଙ୍କ ସ୍ୱପ୍ନ ଥିବା ବେଳେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ତ୍ରିରଙ୍ଗା ଲଗାଇବାକୁ ହର ଘର ତ୍ରିରଙ୍ଗା ଅଭିଯାନର ପ୍ରଥମ ପଦକ୍ଷେପ ସ୍ୱରୂପ ଜାତୀୟ ପତାକା ଏବେ ପ୍ରତ୍ୟକ ଡାକ ଘରେ ଏବଂ ଉପ ଡାକ ଘରେ ବିକ୍ରି କରାଯାଉଛି । ସବୁ ବର୍ଗର ବ୍ୟକ୍ତି ଡାକ ଘରୁ ଜାତୀୟ ପତାକା କ୍ରୟ କରୁଛନ୍ତି । ପ୍ରତ୍ୟେକ ତ୍ରିରଙ୍ଗା ର ଦର ୨୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ଡାବୁଗାଁ ଭରପ୍ରାପ୍ତ ସବ ପୋଷ୍ଟ ମାଷ୍ଟର ଛତିଶ ଓରାମ ସୂଚନା ଦେଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ କୁ କୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଡାକଘର ସାମ୍ନା ରେ ଏକ ସେଲ୍ଫି ପାଇଣ୍ଟ ମଧ୍ୟ ରଖାଯାଇଛି । ହର ଘର ତ୍ରିରଙ୍ଗା ଅଭିଯାନକୁ ଡାବୁଗାଁ ବାସି ସ୍ୱାଗତ ଜଣାଇଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

ଆମପାଣିକୁ ବ୍ଳକ ଘୋଷଣା ଦାବି ତେଜିଲା  ମୂଖ୍ୟମନ୍ତ୍ରୀଙ୍କୁ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର

Sunil Chandra Nayak

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ନିହାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!