ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାବସପୁରୀ ଡିଜାଇନ୍ ପୁନରୁଦ୍ଧାର ପ୍ରକଳ୍ପ ଜାଲା ଏବଂ ଡୋବି ତାଲିମ୍ ସାଂସ୍କୃତିକ ସଂରକ୍ଷଣ ଏବଂ ସ୍ଥାୟୀ ଜୀବିକା ବିକାଶକୁ ବଢ଼ାଇବା ଲକ୍ଷ୍ୟ..

ହାବସପୁରୀ ଡିଜାଇନ୍ ପୁନରୁଦ୍ଧାର ପ୍ରକଳ୍ପ

ଜାଲା ଏବଂ ଡୋବି ତାଲିମ୍

ସାଂସ୍କୃତିକ ସଂରକ୍ଷଣ ଏବଂ ସ୍ଥାୟୀ ଜୀବିକା ବିକାଶକୁ ବଢ଼ାଇବା ଲକ୍ଷ୍ୟ..

ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର ଠାରେ ଧର୍ମଗଡ଼ ଉପଜିଲ୍ଲାପାଳ ‘ହାବସପୁରୀ ଡିଜାଇନ୍‌ର ପୁନରୁଦ୍ଧାର’ (Revival of Habaspuri Design) ପ୍ରକଳ୍ପ ଅଧୀନରେ ହାବସପୁର ଗ୍ରାମରେ ଜାଲା ଏବଂ ଡୋବି ତାଲିମର ଦ୍ୱିତୀୟ ବ୍ୟାଚ୍ କୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଓ ତାଲିମ ଜରିଆରେ ବୁଣାକାରମାନଙ୍କୁ ପ୍ରାମାଣିକ ହାବସପୁରୀ ଶାଢ଼ୀ ବୁଣିବା ପାଇଁ ତାଲିମ ପ୍ରଦାନ କରି କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ ସଂରକ୍ଷଣ ଏବଂ ସ୍ଥାୟୀ ଜୀବିକା ବିକାଶକୁ ଆଗକୁ ବଢ଼ି ପାରିବେ।

ହାତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ବୟନଶିଳ୍ପ ନିର୍ଦ୍ଦେଶାଳୟ, ଭୁବନେଶ୍ୱର ଏହାର ପ୍ରାୟୋଜକ ରହିଥିବା ବେଳେ ଜିଲ୍ଲା ପ୍ରଶାସନ, କଳାହାଣ୍ଡି ମାଧ୍ୟମରେ ବକଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବେ ଏହାର ଦାୟିତ୍ୱ ଦିଆ ଯାଇଅଛି। ଆଜି ୧୮ ଅଗଷ୍ଟ ୨୦୨୬ ଠାରୁ ୧୬ ଅକ୍ଟୋବର ୨୦୨୬ ୬୦ ଦିନ ପର୍ଯ୍ୟନ୍ତ ଏହି ଜାଲା ଏବଂ ଡୋବି ତାଲିମ୍ ଦିଆଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାୟଗଡ଼ା ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!