ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଟେରି ଚୋରି ଅଭିଯୋଗ ରେ ଛଅ ଜଣ କୋର୍ଟ ଚାଲାଣ 

ବେଟେରି ଚୋରି ଅଭିଯୋଗ ରେ ଛଅ ଜଣ କୋର୍ଟ ଚାଲାଣ 

ବନ୍ଧୁଗାଁ ତା,୧୭/୮/୨୬,ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଥିବା ଜିଓ ଟାୱାର ରୂ ଲକ୍ଷାଧିକ ଟଙ୍କା ର ବେଟେରି ଚୋରି ଘଟଣାର ପର୍ଦାଫାସ କରିଛି ବନ୍ଧୁଗାଁ ପୋଲିସ । ଏଥିରେ ସମ୍ପୃକ୍ତ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଛଅଟି ମୋବାଇଲ ଦୁଇଟି ବାଇକ, ଗୋଟିଏ ପିକଅପ ଭ୍ୟାନ ଗୋଟିଏ ବୁଲେରୋ ଗାଡ଼ି ସମେତ ୪୬ ଟି ବେଟେରି ଯବତ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି।ଗତ କିଛି ଦିନ ତଳେ ଜିଓ ଟାୱାର ରୂ ୧୪୮ ଟି ବେଟେରି ଚୋରି ହୋଇଥିବା ଜିଓ ଟାୱାର ର ଟେକନିସିଆନ ସୁନା ମୁଦି ସୁନୀଲ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଆଇଆଇସି ସିନ୍ଧୁ ସାର୍କା ପ୍ରକାଶ କରୁଛନ୍ତି।ଅଭିଯୋଗ କୁ ଭିତ୍ତି କାରି ପୋଲିସ ତଦନ୍ତ ଜାରି ରଖି ଆଜି ଛଅ ଜଣଙ୍କୁ ଗିରଫ କରିଛି । ସମସ୍ତ ବେଟେରି ଚୋରି କରି ବନ୍ଧୁଗାଁ ବ୍ଲକ୍ ରେ ନିର୍ମାଣ ଚାଲିଥିବା ଏକଲବ୍ୟ ବିଦ୍ୟାଳୟ ନିକଟରେ ଥିବା ବୁଦା ମୂଳେ କିଛି ବେଟେରି ଲୁଚାଇ ରଖିଥିବା ବେଳେ ସାନ ସରପଲି ଗ୍ରାମର ଜଣେ ବ୍ୟକ୍ତି ଙ୍କୁ କିଛି ଦେଇଥିଲେ। ସିଏ ବର୍ତମାନ ଫେରାର ଥିବା ସୂଚନା ମିଳିଛି ।

ସଞ୍ଜିବ କୁମାର ବାଗାରୀ ରିପୋର୍ଟର 

Related posts

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

ମନ୍ଦିର ରୁ ଚୋରି ଘଟଣା ,ଚୋରି ୬ ରୂପା ମୁକୁଟ ଉଦ୍ଧାର ଅଭିଯୁକ୍ତ ଗିରଫ

Sunil Chandra Nayak

ବିଶୋଇ ଥାନା ! ଅର୍ଦ୍ଧ ନିର୍ମାଧୀନ ଘର ଭିତରୁ ଜଣେ କ୍ଷତାକ୍ତ ଯୁବକର ମୃତଦେହ ଉଦ୍ଧାର; ପୋଲିସର ଛାନଭିନ୍; ସନ୍ଦେହରେ ଜଣେ ଅଟକ

Sunil Chandra Nayak

Leave a Comment

error: Content is protected !!