ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡରେ ଭାରତୀୟ ଜନତା ପାର୍ଟିର ର ହର ଘର ତ୍ରିରଙ୍ଗା ଅଭିଯାନ

ଭରତୀୟ ଜନତା ପାର୍ଟି ଧର୍ମଗଡ ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ କୁ ସଫଳ କରିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି । ସ୍ୱାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟୋଜିତ ହର ଘର ତ୍ରିରଙ୍ଗା ଅଭିଯାନରେ ଯେପରି ସମସ୍ତେ ସାମିଲ ହୋଇ ଦେଶ ପ୍ରେମ କୁ ପ୍ରଦର୍ଶିତ କରିବେ ତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ଆହ୍ବାନ ଦିଆ ଯାଇଥିଲା । ଏହି ସଚେତନତା ଶୋଭାଯାତ୍ରା ରେ ଜିଲ୍ଲା ସାଧାରଣ ସଂପାଦକ ସୁଧିର ରଞ୍ଜନ ପଟ୍ଟଯୋଷୀ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ଯୁବ ମୋର୍ଚ୍ଚା ରୁ ହିମାଂଶୁ ପଣ୍ଡା, ଚନ୍ଦନ ପାତ୍ର, ସାଂସଦ ପ୍ରତିନିଧି ହେମନ୍ତ ମାଝୀ, ଘନଶ୍ୟାମ ଅଗ୍ରୱାଲ, ଅପରେଶ୍ ସ୍ୱାଇ, ବିଭୁଦତ୍ତ ପ୍ରଧାନୀ, ଶିଶୁ ଦେବ ମୁଣ୍ଡ, ଜିତୁ ବାଗ, ପ୍ରବୀଣ ପଣ୍ଡା, ଏକାଦଶୀ ଗୋପାଲ, ଜୟ ଶଙ୍କର ମୁଣ୍ଡ, ପରାଶର ସାହୁ, ସିମାଞ୍ଚଳ ମୁଣ୍ଡ, ଡମ୍ବରୁ ଠାକୁର, ଘନ ଭାଟି ଓ ଅନ୍ୟମାନେ ସାମିଲ ହୋଇଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଧ୍ୟକ୍ଷ୍ୟାପଦ ଛାଡିଲେ ନବ ନିର୍ବାଚିତ ବିଧୟିକା 

masiha

ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ 

Sunil Chandra Nayak

କୋଇଲିମୁଣ୍ଡା ଓ ମାଲଗାଁ ପଂଚାୟତ ର 500 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ମିଶିଲେ 

masiha

Leave a Comment

error: Content is protected !!