ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ

ରାଉରକେଲା/ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଏବଂ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇ ଅନେକେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ଅଗଷ୍ଟ ମାସ ୨୭ ତାରିଖ ରବିବାର ଅପରାହ୍ନ ୪ ଘଟିକା ସମୟରେ ଗଙ୍ଗାଧର ମେହେର ଜୟନ୍ତୀ, ଆଲୋଚନା ସଭା, ପୁସ୍ତକ ଉନ୍ମୋଚନ ଓ କବିତାପାଠ ତଥା ସମ୍ବର୍ଦ୍ଧିନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେପ୍ଟେମ୍ବର ମାସ ୧୦ ତାରିଖ ଅପରାହ୍ନ ୪ଘଟିକା ସମୟରେ ନାରୀକବି ସମ୍ମିଳନୀ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଗଲା। ସେହିପରି ଅକ୍ଟୋବର ୧୫ ତାରିଖ ସକାଳ ୯.୩୦ ରୁ ଦିବସ ବ୍ୟାପୀ ବାର୍ଷିକ ଉତ୍ସବ ପାଳନ କରଯିବା ପାଇଁ ସ୍ଥିର କରାଗଲା। ଏହି ଅବସରରେ ସଂସଦର ବାର୍ଷିକ ମୁଖପତ୍ର ‘ସ୍ତବକ’ ଉନ୍ମୋଚିତ ହେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ପୁସ୍ତକ ଉନ୍ମୋଚନ, ସାହିତ୍ୟ ସଭା, କବିତା ପାଠ ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ଏହି ବୈଠକରେ ସଭାପତି ବ୍ରଜେନ୍ଦ୍ର ଦାଶ ଏବଂ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ସହ ଉପସଭାପତି ରଶ୍ମି ବାଳା ରାଉତରାୟ, ସହ ସାଧାରଣ ସମ୍ପାଦକ ଗୌତମ ଦାସଙ୍କ ସମେତ ଶଙ୍କର ପ୍ରସାଦ ତ୍ରିପାଠୀ, ଉପେନ୍ଦ୍ର ବସ୍ତିଆ, ମଞୁଳା କୁମାରୀ ରଥ, ସତ୍ୟବ୍ରତ ଦାସ, ବିଜୟିନୀ ଜେନା, ବିଭୁପ୍ରସାଦ ନାୟକ, ସୁଶାନ୍ତ କୁମାର ନାୟକ, ରଙ୍କନିଧି ସେଠୀ, ଲକ୍ଷ୍ମଣ ନାଥ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପେନ୍ଦ୍ର ବସ୍ତିଆ ଏବଂ ଗୌତମ ଦାଶ ସଭା ପରିଚାଳନାରେ ସହାୟତା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା 

Sunil Chandra Nayak

ବଡ଼ ଜାମବିଲା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ଗଣେଶ ମୂର୍ତ୍ତୀ ବିସର୍ଜନ ଶୋଭାଯାତ୍ରାରେ ଟ୍ରାକ୍ଟର ଚକତଳେ ପଡ଼ି ଜଣେ ମୃତ୍ୟୁ

masiha

Leave a Comment

error: Content is protected !!