ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ,ପ୍ରାୟ ୧କୋଟି ୬୦ଲକ୍ଷ ଟଙ୍କା ସହାୟତା ରାଶି ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ

ଆଜି ଭବାନୀପାଟଣା ଟାଉନ ହଲ୍ ଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ , ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ, ମ୍ୟୁନିସିପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ଅବିନାଶ ଠାକୁର , ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଯୋଜନା ଓ ସମନ୍ବୟ ଅଧିକାରୀ, ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗଦେଇ ନିର୍ମାଣ ଶ୍ରମିକ ସହାୟତା ଯଥା ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା ରାଶି ପ୍ରଭୃତି ବଣ୍ଟନ କରିଥିଲେ। ପ୍ରାୟ ୧କୋଟି ୬୦ଲକ୍ଷ ଟଙ୍କା ସହାୟତା ରାଶି ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋଇଡା ପ୍ରେସ କ୍ଲବର ଦିତୀୟ ବାର୍ଷିକୋତ୍ସବ ଅବସରରେ ବିଶାଳ ମାରାଥନ୍ ” ରନ୍ ଫର୍ କୋଇଡା” 

masiha

ଢେଙ୍କାନାଳ ପୋଲିସ୍ ଲାଇନ୍ କ୍ଳଷ୍ଟରର ଏଫ୍. ଏଲ୍. ଏନ୍. ଜନଭାଗୀଦାରୀ ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଜିମାତ କଲା ଜଗତସିଂହପୁର ଜିଲ୍ଲା

Sunil Chandra Nayak

Leave a Comment

error: Content is protected !!