ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଠାରେ ତ୍ରିରଙ୍ଗା ଯାତ୍ରା 

ରାଇଘର ୧୩/୮ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉଦ୍ୟମ କ୍ରମେ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଉମରକୋଟ ବ୍ଳକ ବଡ଼ ଭରଣ୍ଡି ସ୍ଥିତ ସହିଦ ସ୍ତମ୍ବ ଠାରୁ ଏହା ଆରମ୍ଭ ହୋଇଥିଲା. ଶହୀଦ ବଗା ପୂଜାରୀ ଙ୍କ ଦାୟାଦ ଭାବେ ଗୋପାଳ ପୂଜାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ସେହିଭଳି ସ୍ୱାଧୀନତା ସଂଗ୍ରାମୀ ରବିସିଂ ମାଝୀ ଙ୍କ ଦାୟାଦ ସନ୍ତୋଷ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହି ଯାତ୍ରା ରାଇଘର ବ୍ଳକ ର ଭାରଶୁଣ୍ଡି ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା. ରାସ୍ତା ମଧ୍ୟରେ ଥିବା ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରାଯାଇଥିଲା. ଭାରଶୁଣ୍ଡି ଗ୍ରାମରେ ସଦ୍ୟ ଶହୀଦ ହୋଇଥିବା ସୈନ୍ୟ ଶେଖର ଵାଲା ଙ୍କ ସମାଧି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ପରିବାର ବର୍ଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହା ସହିତ ରାଇଘର ଅଂଚଳ ର 8 ଜଣ ପୂର୍ବତନ ସୈନ୍ୟ ଙ୍କୁ ସମ୍ମାନିତ କରାଯାଇଥିଲା. ଏହି ତ୍ରିରଙ୍ଗା ଯାତ୍ରା ରେ ରମେଶ ସାହୁ ,କାଯାମ ମଦାନୀ ,ସନ୍ତୋଷ ମହାପାତ୍ର ,ଅଶୋକ ପାଢ଼ୀ ,ଶିବ କୁମାର ଗଣ୍ଡ ,ମନୋହର ଦଣ୍ଡ ସେନା ,ଟୋପି ରାମ ନାୟକ ,ତିରୁ ପାତ୍ର ,ଟୁକୁନି ସାମନ୍ତରା ,ଆସ୍ଲାମ ,ଜିତୁ ଶ୍ରୀବାସ୍ତବ ,ସୁଜିତ ହାଲଦାର ,ଗଣେଶ ଗଣ୍ଡ ,ଲଖମନ ଗଣ୍ଡ ,ସନ୍ତୋଷ ଗଣ୍ଡ ପ୍ରମୁଖ ଙ୍କ ସହ ଶହ ଶହ ସଂଖ୍ୟା ରେ ଜନ ସାଧାରଣ ଯୋଗ ଦେଇଥିଲେ.|

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ 

Sunil Chandra Nayak

ରାଜ୍ୟର ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ  ସୁଧୀର ପଣ୍ଡା ପାଇଲେ ରାଜ୍ୟପାଳ ପୁରସ୍କାର

masiha

ମାନଝରୀ ଗ୍ରାମ ପଞ୍ଚାୟତ ରେ ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଛତା ଓ ଚପଲ ବଣ୍ଟନ: ଗୋଲାମୁଣ୍ଡା ବ୍ଲକର ସବୁ ପଞ୍ଚାୟତରେ ଚାଲିବ ଅଭିଯାନ

Sunil Chandra Nayak

Leave a Comment

error: Content is protected !!