ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷତା ବିକାଶ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ପଲିଟେକ୍ନିକ ଓ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ

ଆଜି ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମାନ୍ୟବର ଦକ୍ଷତା ବିକାଶ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ତଥା ମାନ୍ୟବର ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସରକାରୀ ପଲିଟେକ୍ନିକ ଓ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିଥିଲେ. । ଏଥିରେ ମାନ୍ୟବର ମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଦକ୍ଷ ଏବଂ ନିଯୁକ୍ତି କ୍ଷମ ହେବା ସହିତ ଆତ୍ମନିର୍ଭର ହେବା ପାଇଁ ଆହ୍ୱାନ ଦେଇଥିଲେ. ସରକାରୀ ପଲିଟେକ୍ନିକ ରେ ଗୋଟିଏ ସେଣ୍ଟର ଅଫ ଏକ୍ସଇଲେନ୍ସ ସ୍ଥାପନ କରିବାପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପଲିଟେକ୍ନିକ ର ଅଧ୍ୟକ୍ଷ ଏବଂ ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ. ଜିଲ୍ଲା ରେ ଚାଲୁଥିବା ସମସ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଜିଲ୍ଲା ନିୟୋଜନ ଅଧିକାରୀ ଙ୍କ ଠାରୁ ସମସ୍ତ ତଥ୍ୟ ନେଇଥିଲେ. ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକ ପିଲାମାନଙ୍କୁ ସ୍ୱଳ୍ପ ମିଆଦୀ ଦକ୍ଷତା ବିକାଶ ର ଉପାଦେୟତା ବିଷୟରେ ଅବଗତ କରାଇଥିଲେ ଓ ରାଜ୍ୟ ସରକାର ଙ୍କ ନୂତନ ଯୋଜନା “ନୂଆ ଓଡିଶା” ବିଷୟରେ ସମ୍ୟକ ଧାରଣା ଦେଇଥିଲେ.ପରିଶେଷ ରେ ଦକ୍ଷତା ବିକାଶ କେନ୍ଦ୍ର ପରିଶର ରେ ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ସଂଚାଳନ କରିଥିବାବେଳେ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଶ୍ରୀ ଅମୁଲ୍ୟ ପଣ୍ଡା, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ୟଙ୍ଗ ପ୍ରଫେସନାଲ ଅମ୍ବୁଜ ତିୱାରୀ,ଶାହୀ ଏକ୍ସପୋର୍ଟସ ର ପ୍ରଶାନ୍ତ ପାଣିଗ୍ରାହୀ ଓ ସୁବାଷ ଚନ୍ଦ୍ର ବେହେରା,ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ସରକାରୀ ପଲିଟେକ୍ନିକ,ଶାହୀ ଏକ୍ସପୋର୍ଟସ ର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପିଏମ୍ ଜନମନ ପରିଯୋଜନା ,ଟଲଣା ଶିବିରରେ ବ୍ୟାପକ ଜନସମାଗମ,ଦୁର୍ଗମ ଲହୁଣୀଖୁଣ୍ଟିରେ ତହସିଲ ଟିମ 

masiha

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଆଦିବାସୀ ମାନଙ୍କୁ ରୋଜଗାର ଯୋଗାଉଛି ପାଚିଲା କେନ୍ଦୁ 

masiha

Leave a Comment

error: Content is protected !!