ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ପାଇଁ ବଡ଼ଓଲମା ରେ ବେଙ୍ଗ ବେଙ୍ଗୁଲି ବାହାଘର

ଡାବୁଗାଁ, ୧୬/୦୮(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ କାମ ଆଗେଇ ପାରୁନାହିଁ । ବିଶେଷ କରି ଧାନ ଚାଷ ଅଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ସ୍ଥାନୀୟ ଚାଷୀ ମାନେ ପାଗ ଦେଖି ଧାନ ରୁଆ ଶେଷ କରିଥିବା ବେଳେ ବର୍ଷା ଅଭାବ ଯୋଗୁଁ ମରୁଡି ଆଶଙ୍କା ଦେଖାଦେଇଛି । ସେହିପରି ଧାନ ଜମି ଗୁଡିକରେ ପାଣି ନଥିବା ଯୋଗୁଁ ବିଲ ରେ ଚାଷୀ କୌଣସି ସାର ପ୍ରୟୋଗ ପାରୁନାହିଁ । ତେଣୁ ସ୍ଥାନୀୟ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ଅନ୍ୟପକ୍ଷେ ଡାବୁଗାଁ ବ୍ଳକ ବଡ଼ଓଲମା ଗ୍ରାମରେ ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବାହା ଘର ତିନି ଦିନ ହେଲାଣି ଚାଲିଛି । ସେମାବାର ସ୍ଥାନୀୟ ସୁନାଦେଇ ଠାକୁରାଣୀ ମନ୍ଦିର ଠାରେ ଗ୍ରାମର ଶତାଧିକ ପୁରୁଷ ମହିଳା ଏକତ୍ରିତ ହୋଇଥିଲେ । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାପାଠ କରିଥିଲେ । ପରେ ମଣ୍ଡଳ ଭୀମା ମନ୍ଦିର ଠାରେ ଆସି ସେଠାରେ ଭୀମା ମୂର୍ତ୍ତିକୁ ଗାଇ ଗୋବରରେ ପତିବା ସହ ସେଠାରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଥିଲ| ପରେ ଗ୍ରାମରେ ଥିବା ନଦୀ ଠାରୁ ଗୋଟିଏ ବେଙ୍ଗ ଏବଂ ଗୋଟିଏ ବେଙ୍ଗୁଲି ଧରି ଏକ ନୂତନ ମାଟି ହାଣ୍ଡିରେ ରଖାଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ବେଙ୍ଗ ଓ ବେଙ୍ଗୁଲିକୁ ପୂଜାପାଠ କରାଯାଇଥିଲା । ଆଜି ସକାଳୁ ପୁଣି ସ୍ଥାନୀୟ ଲୋକ ମାନେ ପୂଜା ପାଠ କରୁଛନ୍ତି । ଏହି ବେଙ୍ଗ ବେଙ୍ଗୁଲି ବାହାଘର ୩ ଦିନ ଧରି ଚାଲିବ ଏବଂ ୩ ଦିନ ପରେ ପୋଖରୀରେ ବିସର୍ଜନ କରାଯିବ ବୋଲି ଗାଉଁଟିଆ ସୂଚନା ଦେଇଛନ୍ତି । ତେବେ ଭତ୍ରା ସାହିରେ କନ୍ୟା ପକ୍ଷ ରହିଥିବା ବେଳେ ଚଚରା ସାହି କୁ ବର ପକ୍ଷ କରାଯାଇଛି । ବଡ଼ଓଲମା ଗ୍ରାମରେ ତିନି ବର୍ଷ ଥରେ ବେଙ୍ଗ ବେଙ୍ଗୁଲି ବାହାଘର ହୋଇଥିବା ଶୁଣିବାକୁ ମିଳୁଛି । ଡାବୁଗାଁ ବ୍ଲକରେ ଯଦି ଆସନ୍ତା ୭ଦିନ ମଧ୍ୟରେ ଜମିରେ ବର୍ଷା ନହୁଏ ତେବେ ଧାନ ଚାଷ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି। ବର୍ଷା ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ କାମରେ ଶ୍ରମିକ ଭାବେ ନିୟୋଜିତ ଲୋ‌କେ କାମ ପାଇପାରୁନାହାନ୍ତି । ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କିଭଳି ହେବ ସେନେଇ ଶ୍ରମିକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା ପୋଲିସ ର ସାଇବର ସୁରକ୍ଷା ଅଭିଯାନ

Sunil Chandra Nayak

ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ

Sunil Chandra Nayak

Leave a Comment

error: Content is protected !!