ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇରଖିଲେ ଗ୍ରାମବାସୀ

ମୟୂରଭଞ୍ଜ -୧୭/୦୮/୨୩ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ହାଣ୍ଡିଫୁଟା ଅଙ୍ଗନବାଡି କେନ୍ଦ୍ର ରେ ଦୀର୍ଘ ବର୍ଷ ଧରି ଅଙ୍ଗନବାଡି କର୍ମୀ ନିଯୁକ୍ତି ହେଉ ନଥିବାରୁ ଏହାର ପ୍ରତିବାଦ ରେ ବୁଧବାର ଦିନ ଠାରୁ ଗ୍ରାମବାସୀ ମାନେ ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇ ଦେଇଛନ୍ତି।ଅଙ୍ଗନବାଡି ସହାୟିକା ଙ୍କୁ ନେଇ ୪୪ ଜଣ ଶିଶୁ ଙ୍କୁ ନେଇ ଚାଲୁ ରହିଥିବା ଅଙ୍ଗନବାଡି କେନ୍ଦ୍ର ତାଲା ପଡିବାରୁ ଏହା ସଂପୂର୍ଣ୍ଣ ବନ୍ଦ ହୋଈ ଯାଇଛି। କେନ୍ଦ୍ର ରେ ତାଲା ପଡିଥିବାର ଖବରପାଇ ଠାକୁରମୁଣ୍ଡା ଶିଶୁ ବିକାଶ ଯୋଜନା ର ସୁପ୍ରଭାଇଜର ଗୀତାରାଣୀ ମହାପାତ୍ର ଅଙ୍ଗନବାଡି କେନ୍ଦ୍ର ରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ତାଲା ପକାଇ ରଖାଯିବ ବୋଲି ଗ୍ରାମବାସୀ ଜିଦ ଧରି ରହିଥିଲେ।ଏ ସମ୍ପର୍କରେ ଘଟଣାସ୍ଥଳ କୁ ଯାଇଥିବା ସ୍ଥାନୀୟ ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ କହିଛନ୍ତି ଯେ,ଦୀର୍ଘ ବର୍ଷ ଧରି ଏହି କେନ୍ଦ୍ରରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ।ଏହି ଅଙ୍ଗନବାଡି କେନ୍ଦ୍ର ରେ କର୍ମୀ ଚୟନ କୁ ନେଇ ହାଇକୋର୍ଟ ରେ ମାମଲା ଚାଲୁ ରହିଥିବା କାରଣ ରୁ କର୍ମୀ ନିଯୁକ୍ତି ହୋଈ ପାରିନାହିଁ। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!