ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ସ୍ବାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

ଭାରତ ସ୍ବାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ପତଂଜଳୀ ଯୋଗ ପରିବାର ଆନୁକୂଲ୍ୟରେ ଆଜି ସେକ୍ଟର-୧୯, କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଭାରତ ସ୍ୱାଭିମାନ ନ୍ୟାସର ସ୍ଥାପନା ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଓ ଯଜମାନ ଗଙ୍ଗାଧର ଦାଶ ଓ ତାଙ୍କ ପତ୍ନୀ ଆରତୀ କରଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୋଗର ଗୂଢ ତତ୍ତ୍ଵ ଓ ମାନବ ସମାଜର ଉପକାରିତା ଉପରେ ଆଲୋକପାତ କରିଥିଲେ । ପରମ ପୂଜ୍ୟ ସ୍ୱାମୀଜୀ ରାମଦେବ ମହାରାଜଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁ ୨୦୦୯ ମସିହା ଜାନୁଆରୀ ୫ ତାରିଖ ଦିନ ଭାରତ ସ୍ୱାଭିମାନ ନ୍ୟାସ ପଞ୍ଜୀକରଣ ହୋଇ ଆତ୍ମ ପ୍ରକାଶ କରିଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସାମାଜିକ ନ୍ୟାୟ, ଶକ୍ତି ଓ ପରିବେଶ ସୁରକ୍ଷା ପାଇଁ ଏକ ବୈପ୍ଳବିକ ଓ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି ଭାରତକୁ ସ୍ୱାବଲମ୍ବନଶୀଳ ଏବଂ ବୈଭବଶାଳୀ ଗଢି ତୋଳିବା । ଏହାକୁ ସଫଳ ରୁପାୟନ୍ କରିବା ଭାରତ ସ୍ୱାଭିମାନ ସହିତ ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, ଯୁବା ଭାରତ ଓ କିଷାନ ସେବା ସମିତି ଗଠନ କରାଯାଇ କାର୍ଯ୍ୟକାରୀ କରାଯାଉଛି । ଯୋଗ ମାଧ୍ୟମରେ ବିନା ଅର୍ଥରେ ଲୋକଙ୍କୁ ଯୋଡିବା ସହିତ ସୁସ୍ଥ ବ୍ୟକ୍ତି ନିର୍ମାଣ କରାଯାଉଛି । ଯୋଗ ସହିତ ଯଜ୍ଞ, ଆୟୁର୍ବେଦ, ସ୍ୱଦେଶୀ ଜିନିଷର ଉତ୍ପାଦନ କରି ଜନତାଙ୍କ ମଧ୍ୟରେ ସ୍ୱଦେଶୀ ଜାଗରଣ ସୃଷ୍ଟି କରାଯାଉଛି । ଯୋଗ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ସଚେତନତା ସୃଷ୍ଟି କରି ପାରିଛି । ଯୋଗ ପ୍ରାଚୀନ ଭାରତୀୟ ପରମ୍ପରା ଓ ସଂସ୍କୃତିର ଅମୂଲ୍ୟ ବରଦାନ। ଏହାର ଅଭ୍ୟାସ ଶରୀର ଏବଂ ମନ ତଥା ବିଚାର ଏବଂ କର୍ମରେ ଆତ୍ମସଂଯମ, ପୂର୍ଣ୍ଣତାର ଏକାତ୍ମକତା ତଥା ମାନବ ଏବଂ ପ୍ରକୃତି ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ । ବିନା ଖର୍ଚ୍ଚରେ ଯୋଗ ଜୀବନକୁ ସୁସ୍ଥ ଓ ନିରୋଗ କରି ଜୀବନକୁ ସରଳ କରିଥାଏ । ପରମପୂଜ୍ୟ ସ୍ବାମୀଜୀ ରାମଦେବ ମହାରାଜ ସମଗ୍ର ବିଶ୍ୱରେ ଯୋଗକୁ ବ୍ୟାପକତା କରିଥିବା ପ୍ରକାଶ କରିଥିଲେ । ପଦାଧିଧାରୀ ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା କିଶାନ ପ୍ରଭାରୀ ପୀତବାସ ପ୍ରଧାନ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର, ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି, ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ ଜେନା, ବରିଷ୍ଠ ଯୋଗ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକ ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ ଓ ସ୍ୱାମୀଜୀ ରାମଦେବ ମହାରାଜଙ୍କ ସମର୍ପିତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାନୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷକ କୁନ୍ତଳା ସ, ତପସ୍ଵିନୀ ସାହୁ, ଅନୁସୂୟା ବାରିକ, ଉର୍ମିଳା ସାହୁ, ବିଜୟଲକ୍ଷ୍ମୀ ମହାତୋ, ମମତା ରାଉତ, ବିଜୟିନୀ ମହାନ୍ତି, ରୀନା ପାଢ଼ୀ, ଆରତୀ ମହାପାତ୍ର, ସନ୍ଧ୍ୟାରାଣୀ ଦାସ, ସତ୍ୟଜିତ ବାରିକ, ରାମ କୃଷ୍ଣ ପଣ୍ଡା, ଆର ଏନ୍ ସାହୁ, ସତ୍ୟାନନ୍ଦ ବିଶ୍ଵାଳ, ସନ୍ଧ୍ୟାରାଣି ବିଶ୍ଵାଳ, ବୈଦେହି ଦଳେଇ, ଭ୍ରମରବର ବେହେରା, କୈଳାଶ ଚନ୍ଦ୍ର ପାତ୍ର, ପୁଷ୍ପା ମୁର୍ମୁ , ଫୁଲମଣୀ ମୁର୍ମୁଙ୍କ ସମେତ ବହୁ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଟକ ବିଶ୍ଵ ନାଟ୍ୟ ମେଳାରେ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ଛାତ୍ରୀ ଙ୍କ ସଫଳତା !!!

Sunil Chandra Nayak

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

ନିଆଁରା ଢଙ୍ଗରେ ବିହନ ଛିନା ଯାତ୍ରା ପାଳନ କଲେ ଖଲିଗଡ଼ ଗ୍ରାମବାସୀ

masiha

Leave a Comment

error: Content is protected !!