ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବରାହ ହତ୍ୟା ଘଟଣାରେ ଦୁଇ ଗିରଫ

ଗୋଳାମୁଣ୍ଡା // କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ବରାହ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଚପରିଆ ପଞ୍ଚାୟତ ବାଞ୍ଜିପଦର ଗ୍ରାମର କେତେକ ଲୋକ ଆଜି ସଖାଳ ୫ଟା ସମୟରେ ବିଶି ବର୍ଣି ସଂରକ୍ଷିତ ଜଙ୍ଗଲର ଏକ ବରାହ ଗାଁକୁ ଆସିଥିବା ବେଳେ ସଙ୍ଘବଧ ହୋଇ ହତ୍ୟା କରିଥିଲେ । ବିଶେଷ ସୁତରୁ କେଗାଁ ବନ ବିଭାଗ ରେଞ୍ଜର ବିଜୟ କୁମାର ମଲ୍ଲିକ ଖବର ପାଇ ନିଜ କର୍ମଚାରୀ ବନପାଳ ମଧୁକର ପୁଟେଲ,ଗୋଲାମୁଣ୍ଡା ବନପାଳ ରମେଶ ପଣ୍ଡା, ବନରକ୍ଷୀ ସାଧନା ପଧାନ, ଗୁନି ମହାରଣା, ଭୀଷ୍ମ ଶବର, ପାରାଷ୍ଟାପ ଗଜେନ୍ଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ବିନୋଦ ବିହାରୀ ମହାଳିକ, କୃଷ୍ଣଚନ୍ଦ୍ର ଚଣ୍ଡୀ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ବାଞ୍ଜିପଦର ଗ୍ରାମର ଗୁର ଭୋଇ ଓ ଗୁପ୍ତେଶ୍ଵର ନାଗ । କେଗାଁ ବନବିଭାଗ ଦୁଇ ଅଭିଯୁକ୍ତଙ୍କୁ ୧୬୬/୨୩ରେ କେଶ ରୁଜୁକରି ବନ୍ୟପ୍ରାଣୀ ଆଇନ ୫୧ ଧାରା ଅନୁଯାୟୀ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା କେତେଜଣ ଆସାମୀ ଫେରାର ଅଛନ୍ତି ବୋଲି ରେଞ୍ଜର ବିଜୟ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଦୌରା ଜଜ୍ ଙ୍କ ଘରେ ଚୋରୀ

masiha

ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲିଗୁଡାର ଅଭିଯୁକ୍ତ ଶିକ୍ଷକ ଗିରଫ

Sunil Chandra Nayak

ରହସ୍ୟଜନକ ଭାବେ ସ୍କୁଟିରେ ଲାଗିଲା ନିଆଁ, ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ

Leave a Comment

error: Content is protected !!