ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ

ଥୁଆମୂଳ ରାମପୁର:୧୮/୦୮ – (ମନିସ):-  ଜଣେ ବିବାହିତ ବ୍ଯକ୍ତି ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ରୁ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗ ଡିଆଣୀ ଗ୍ରାମପଞ୍ଚାୟତ ଅଧିନସ୍ଥ କୁମାରକାନି ଗ୍ରାମର ଚାଚରି ମାଝୀ (୫୦) ନାମକ ବିବାହିତ ବ୍ଯକ୍ତି ବେକରେ ଦୌଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି l ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ଏନେଇ ଥୁଆମୂଳ ରାମପୁର ଥାନାରେ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୋଲିସ ଗୁରୁତ୍ବର ସହକାରେ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲାଇଥିବା ବିଷୟ କୁ ନୂତନ ଥାନା ଅଧିକାରୀ ଶ୍ରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି। ତେବେ ଆତ୍ମହତ୍ୟା ଘଟଣାକୁ ନେଇ ତଦନ୍ତ କାରୀ ଅଫିସର ଭାବେ ଥାନା ଏସ ଆଇ ଶ୍ରୀ ବଳରାମ ଜାନୀ ଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

masiha

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ , ପେଟ୍ରୋଲ ଢ଼ାଳି ପତ୍ନୀକୁ ପୋଡ଼ି ମାରିବା ଉଦ୍ଯମ:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ବିବାହିତା ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ, ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର

masiha

Leave a Comment

error: Content is protected !!