ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

ନବରଙ୍ଗପୁର–(ମସିହା) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସରକାରୀ ପୌରପାଳିକା ଉଚ୍ଛ ବିଦ୍ୟାଳୟ, ନବରଙ୍ଗପୁର ପ୍ରାଙ୍ଗଣରେ “ଶିଶୁ ଯତ୍ନ ଓ ଶିଶୁ ସୁରକ୍ଷା ଆଇନ ଓ ଶିକ୍ଷା ଅଧିକାର ଆଇନ ଏବଂ ପୋକସୋ ଆଇନ” କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ଆଇନ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀମତୀ କିଶୋରୀ ପଟ୍ଟନାୟକ ତାଲିକାଭୁକ୍ତ ଆଇନଜୀବି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଏବଂ ଅଧିକାର ଆଇନ, ଶ୍ରୀମତୀ ଅଜନ୍ତା ସୁଭଦର୍ଶିନୀ ଅଧକ୍ଷ୍ୟା ଜିଲ୍ଲା ଶିଶୁ କଲ୍ୟାଣ ସମିତି, ଜିଲ୍ଲା ପରାମର୍ଶଦାତା, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଶ୍ରୀମତୀ ପ୍ରଭାସିନୀ ପଟ୍ଟନାୟକ ଶିଶୁ ସୁରକ୍ଷା ଆଇନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଶ୍ରୀମତୀ ମୀନା ବାଗ, ପ୍ରଧାନ ଶିକ୍ଷୟତ୍ରୀ ସରକାରୀ ପୌରପାଳିକା ଉଚ୍ଛ ବିଦ୍ୟାଳୟ, ନବରଙ୍ଗପୁର ଯୋଗ ଦେଇଥିଲେ। ଏହି ସଚେତନତା ଶିବିରରେ ଶ୍ରୀମତୀ ମୀନା ବାଗ, ପ୍ରଧାନ ଶିକ୍ଷୟତ୍ରୀ ସରକାରୀ ପୌରପାଳିକା ଉଚ୍ଛ ବିଦ୍ୟାଳୟ, ନବରଙ୍ଗପୁର ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

Sunil Chandra Nayak

ୟୁ. ଜି. ଏମ୍. ଆଇ. ଟି. ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୯୦ତମ ଶ୍ରାଦ୍ଧ ଦିବସ ପାଳିତ

masiha

ଆର୍ଥିକ ସାକ୍ଷରତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!