ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣନୀତି ବିରୋଧରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ଯାମଦା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ 

ମୟୂରଭଞ୍ଜ- ୧୮/୮ ( ମସିହା)ରାଜ୍ୟ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଯାମଦା ବ୍ଳକ କଂଗ୍ରେସ କମିଟି ତରଫରୁ ୯ ଦଫା ଦାବି ନେଇ ପୂର୍ବତନ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ହେଲେ ନା ବାଗେଙ୍କ ନେତୂତ୍ବରେ ନେତୃତ୍ୱରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ କରାଯାଇଥିଲା ।ଦାବି ଗୁଡ଼ିକ ମଧ୍ୟରେ ବ୍ଳକରେ ମାତ୍ରାଧିକ ପିସି କାରବାର,ଆବାସ ଯୋଜନାରେ ପ୍ରିୟାପ୍ରିତି ପୋଷଣ ଓ ଶାସକ ଦଳର କର୍ମିଙ୍କୁ ଅଗ୍ରାଧିକାର, ପେଟ୍ରୋଲ,ଡିଜେଲ,ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି,ବେକାରୀ ବୃଦ୍ଧି,ଦାଦନ ବୃଦ୍ଧି,ସ୍କୁଲ ଓ ଡାକ୍ତରଖାନାରେ ଶିକ୍ଷକ, ଡାକ୍ତର, କର୍ମଚାରୀ ଅଭାବ,୫ ଟି ସ୍କୁଲ ଓ ଡାକ୍ତରଖାନାରେ ନିମ୍ନମାନର କାମ ,ନାରୀ ନିର୍ଯାତନା,କୃଷିମାରଣ ନୀତି, ଆଦିବାସୀ,ପଛୁଆ ବର୍ଗ ମାରଣନୀତି,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ, ଜମିକୁ ଜଳସେଚିତ କରିବା,୨,୨୬,୫୫୯ ଖାଲିଥିବା ସରକାରୀ ପଦବୀ ପୂରଣ,ଶିଳ୍ପ ପ୍ରତିଷ୍ଠା ଉପରେ ନେତୃବୃନ୍ଦ ସରକାର ଙ୍କ ବିରୋଧରେ ଗର୍ଜିଥିଲେ ।ପରେ ଦଳୀୟ କର୍ମୀ ବିଡ଼ିଓଙ୍କ କାର୍ଯ୍ୟାଳୟରେ ବିଡିଓ ଶ୍ରୀ ଦେବାଶିଷ ପଣ୍ଡାଙ୍କୁ ୯ ଦଫା ଦାବି ସମ୍ବଳିତ ଲିଖିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ପରେ ବିଡ଼ିଓଙ୍କ ସହ ଯାମଦା ବ୍ଳକର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ।ବିଡିଓ ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେବେ ବୋଲି କହିଥିଲେ ।ଏହି ଆନ୍ଦୋଳନରେ ରାଜ୍ୟ ପିସିସି ସଦସ୍ୟ ତଥା ରାଇରଙ୍ଗପୁର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ମହମ୍ମଦ ଇନ୍ତେକାମ ଆଲମ, ଜିଲ୍ଲା କଂଗ୍ରେସ ହରିଜନ ସେଲ ଅଧ୍ୟକ୍ଷ ଭାଗିରଥି ପାତ୍ର,ବରିଷ୍ଠ କଂଗ୍ରେସ ସଦସ୍ୟ ଶିବନାଥ ମୁର୍ମୁ, ସ୍ତମ୍ଭକାର ଲଳିତ ମହାନ୍ତ,ଭଜହରି ମହାନ୍ତ ଯାନେଶ୍ବର ଅକତାର,ଯୁବ ସଭାପତି କାମେଶ୍ଵର ସୋରେନ, ଅର୍ଜୁନ ସାହୁ,, ମହମ୍ମଦ ରାମଜାନ ହୁସେନ, ମହମ୍ମଦ ଅବଦୁଲ, ମହମ୍ମଦ ନିଜାମୁଦ୍ଦିନ,,ଗୁଲାମ ରାଜାଙ୍କ,,ଗାଙ୍ଗ ହେମ୍ବ୍ରମ,, ରାମଚନ୍ଦ୍ର ମହାକୁଡ଼,,ମୋଚିରାମ ସୋରେନ,,ସଲିମ,ଅନିଲ ଦେଓଗାମ,ଆଵିଦ ହୁସେନ,, ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ଦିର୍ଘବର୍ଷ ପରେ ଦଳୀୟ କର୍ମି ଏକାଠି ହୋଇଥିବାରୁ କରନ୍ତି ମହଲରେ ଆନନ୍ଦ ଓ ଯୋସ ଖେଳି ଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦିଲ୍ଲିପ ରାୟଙ୍କ ପାଇଁ ମାରାଥନ ପ୍ରଚାର 

masiha

ଜୁନାଗଡ଼ରେ ଦିବ୍ୟଶଙ୍କରଙ୍କ ହ୍ୟାଟ୍ରିକ ବିଜୟ 

masiha

ବହୁଜନ ସମାଜ ପାର୍ଟି କଳାହାଣ୍ଡି ପକ୍ଷ ରୁ ବ୍ଲକ କମିଟି ଗଠନ

Leave a Comment

error: Content is protected !!