ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନା ର ଶ୍ରମିକ ପାରିଶ୍ରମିକ ପାଇବାରେ ବିଳମ୍ବ

ତେନ୍ତୁଳିଖୁଣ୍ଟି 18 /08 /23 //ସରକାର 5ଟି ନାମରେ ତଥା ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରାୟତଃ ସମସ୍ତ ପ୍ରକଳ୍ପ ମନରେଗା ରେ କରୁଛନ୍ତି,ଅଥଚ ଶ୍ରମିକ ଙ୍କ ପ୍ରାପ୍ୟ ଏପରିକି ମ୍ୟାଟେରିଆଲ ବାବଦ ଅର୍ଥ ଠିକ ସମୟରେ ପାଉନାହାଁନ୍ତି ହିତାଧିକାରୀ। ଶ୍ରମିକ ଙ୍କୁ କାମ କରି ମାସ ମାସ ଅପେକ୍ଷା କରିବାକୁ ପଡୁଥିବା ବେଳେ ମେଟ ଙ୍କୁ ମ୍ୟାଟେରିଆଲ ବାବଦ ଅର୍ଥ ପାଇଁ ସିମେଣ୍ଟ ଦୋକାନୀ,ମେଟାଲ ବାଲି ଆଦି ସପ୍ଲାୟର ଙ୍କ ଠାରୁ କଥା ଶୁଣିବାକୁ ପଡୁଛି। ବିଳମ୍ବ ର ଉତ୍ତର ସବୁବେଳେ ଗୋଟିଏ ଶୁଣିବାକୁ ମିଳୁଛି ଉପରିସ୍ତ ଅଧିକାରୀ ଙ୍କୁ ଜଣାଇବୁ ଆସିଲେ ପୈଠ କରାଯିବ। କେବେ ବି ବିକଳ୍ପ ଅର୍ଥାତ ଅନ୍ୟ ଫଣ୍ଡ ରୁ କାଢି ଶ୍ରମିକ ଙ୍କ ପ୍ରାପ୍ୟ ଦେବା ବ୍ୟବସ୍ଥା ହେଉନି। 

,ତେନ୍ତୁଳିଖୁଣ୍ଟି ବ୍ଳକର 15 ଟି ପଞ୍ଚାୟତ ର ମନରେଗାଯୋଜନାରେ  ମଡେଲ ଟ୍ୟାଙ୍କ, ଅମୃତସରୋବର ପୋଖରୀ,5 ଟି ବିଦ୍ୟାଳୟ ର ରୂପାନ୍ତର, ଟ୍ରେଞ୍ଚ, ଡ୍ରେନ,ଅଙ୍ଗନବାଡି ନିର୍ମାଣ ,ଡ୍ରେନ ସଫା, ଜମି ମରାମତି, ଗଛ ଲଗେଇବା ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି ଏହି ଯୋଜନାରେ ହେଇଥିବା କାମର  ବ୍ଳକର 41476 ଶ୍ରମ ଦିବସ ରେ 5925 ଜଣ ଶ୍ରମିକ ଙ୍କ ପାରଶ୍ରମିକ ବାବଦ କୁ 9829986 ଟଙ୍କା  40 ଦିନରୁ ଉର୍ଦ୍ଧ୍ବ ହେଇଗଲାଣି ପାରଶ୍ରମିକ ପାଇ ନ ଥିବା ଜଣାପଡିଛି।ଗତ 10 ଜୁଲାଇ ପର୍ଯ୍ୟନ୍ତ ଶ୍ରମିକ ପଇସା ପାଇଥିବା ବେଳେ ସେହି ଦିନ ଠୁ ବଳକା ଥିବା  ପାରିଶ୍ରମିକ ପାଇ ନ ଥିବା ଜଣାପଡିଛି। ନବରଙ୍ଗପୁର ସିଡ଼ିଓ ଅନ୍ୟା ଦାସ କୁ ଯୋଗାଯୋଗ କରିବାରୁ କହିଲେ ଶ୍ରମିକ ଙ୍କ କାମ କରିଥିବା FTO କରାଯାଇଛି ସରକାର ଙ୍କ ଅନୁଦାନ ଆସିଲେ ପାଇବେ ଏ ବିଷୟରେ ଶୀଘ୍ର ପାଇବା ପାଇଁ ଉପରିସ୍ଥ ଅଧିକାରୀ ଙ୍କ ଯୋଗାଯୋଗ କରି ଖୁବ ଶୀଘ୍ର ପାଇବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ପୋଷ ଅଧିନିୟମ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

masiha

ଜାତୀୟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ

masiha

Leave a Comment

error: Content is protected !!