ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

 ତେନ୍ତୁଳିଖୁଣ୍ଟି ୧୮/୦୮/୨୩//  ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କ ଆହ୍ୱାନରେ ଆଜି ଓଡ଼ିଶାର 314 ଟି ବ୍ଲକ ରେ ବ୍ଲକ କଂଗ୍ରେସ କମିଟି ବ୍ଲକ ଘେରାଉ କରିବା ସହ ନଅ ଦଫା ବିଶିଷ୍ଟ ଦାବୀ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରହଲ୍ଲାଦ ହିଆଲ ଙ୍କ ନେତୃତ୍ୱରେ ହଜାରରୁ ଅଧିକ କଂଗ୍ରେସ କର୍ମୀ କୁର୍ମାକୋଟ ଛକ ରୁ ରାଲି ରେ ବାହାରି ବ୍ଲକ କାର୍ଯ୍ୟାଳୟ ପହଞ୍ଚିଥିଲେ। ବ୍ଲକ ଠୁଁ ପଞ୍ଚାୟତ ରେ ପିସି କାରବାର ବନ୍ଦ କରିବା, ପଞ୍ଚାୟତ କୁ ଆସୁଥିବା ସମସ୍ତ ଅର୍ଥ ର କାର୍ଯ୍ୟ ଗ୍ରାମସଭା ଅନୁମୋଦନ ପରେକରିବା , ଖାଲିଥିବା 226559 ସରକାରୀ ପଦବୀ ତୁରନ୍ତ ପୂରଣ କରିବା , ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିବା, ଆଉଟ ସୋରସିଂ କର୍ମଚାରୀ ଙ୍କୁ ସ୍ଥାୟୀ କର୍ମଚାରୀ ର ମାନ୍ୟତା , ବେକାରୀ ଙ୍କୁ ଭତ୍ତା ପ୍ରଦାନ , ନିତ୍ୟଵ୍ୟଵହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ବୃଦ୍ଧି ନିୟନ୍ତ୍ରଣ ,ପେଟ୍ରୋଲ ଡିଜେଲ ଗ୍ୟାସ ଦର ହ୍ରାସ ସମେତ କୃଷି ଜାତ ଦ୍ରବ୍ୟର ଅଭାବୀ ବିକ୍ରି ରୋକିବା , ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ,ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା ଦାବୀ ରହିଥିଲା। ଲୋ ଭୋଲ୍ଟେଜ ସମସ୍ୟା ସମାଧାନ ,ଟାଟା କମ୍ପାନୀ ବିଦ୍ୟୁତବଣ୍ଟନ ଦାୟିତ୍ୱ ନେବା ପରେ ଗ୍ରାହକ ଶୋଷଣ ବୃଦ୍ଧି ପାଇଛି ତାହା ରୋକିବା , ୟୁନିଟ ପିଛା ଦର ନିୟନ୍ତ୍ରଣ କରି ଗରୀବ ଶ୍ରେଣୀ ଙ୍କ ପାଇଁ ସର୍ବନିମ୍ନ ଦର ପୂର୍ବଭଳି ଧାର୍ଯ୍ୟ କରିବା ନାରୀ ନିର୍ଯ୍ୟାତନା ରୋକିବା ପାଇଁ ଥାନା ଗୁଡିକୁ ସକ୍ରିୟ କରି ଅଭିଯୋଗ ପରେ ତତ୍କାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। କଂଗ୍ରେସ ସରକାର ବେଳେ ତଫସିଲ ଭୁକ୍ତ ଜାତି ଜନଜାତି ଙ୍କୁ ଦେଇଥିବା ଅଧିକାର କୁ ପୁନଃ ଚାଲୁ କରିବା। ଆଦି ଦାବୀ ସମ୍ବଳିତ ପତ୍ର ବିଡ଼ିଓ ମନୋଜକୁମାର ପାଣିଗ୍ରାହୀ ଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ଏହି ଅଵସର ରେ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗାରତ୍ନାମା ,ଜିଲ୍ଲା କଂଗ୍ରେସ ର ଆଦିବାସୀ ସେଲ ସଭାପତି ଦିଲୀପ ପ୍ରଧାନୀ , ଭୀମସେନ ପାଣିଗ୍ରାହୀ , ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁଲୋଚନା ସୌରା , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦୁର୍ଲଭ ଗୌଡ଼ , କିଶୋର ସିଂ ,ସୁନୀଲ ସିଂ , ବସନ୍ତ ପାଣିଗ୍ରାହୀ ରମେଶ ପାତ୍ର ବାଘ , ସୁବାସ କର୍କରା , ଅଜୟ ହିଆଲ ,ଗୋପନ ନାୟକ ସମେତ ସମାଜର ଦଳିତ ବର୍ଗ ଯୁବ ବର୍ଗ ,ଛାତ୍ର ବର୍ଗର ବହୁ କର୍ମକର୍ତ୍ତା ତଥା ବ୍ୟକ୍ତି ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ୟଙ୍ଗ ଇଣ୍ଡିଆକେ ବୋଲ ର କାର୍ଯ୍ୟକ୍ରମ ବିବରଣୀ

Sunil Chandra Nayak

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

ଜୁନାଗଡ ବିଧାନ ସଭା କ୍ଷେତ୍ର ର ରାଜ ନୈତିକ ଚିତ୍ରପଟ :   ରାଜପରିବାର ର ଗଡ ଜୁନାଗଡ ବିଧାନ ସଭା ଆସନ ରେ ୨୦୨୪ ନିର୍ବାଚନ ରେ କାହା ମୁଣ୍ଡରେ ଶିରପା ? 

masiha

Leave a Comment

error: Content is protected !!