ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବି 30 ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ ହେବା ସମ୍ଭାବନା

  ତେନ୍ତୁଳିଖୁଣ୍ଟି ୧୮/୦୮/୨୩ //;ଓଡିଶା କୃଷି ସେବା ସଂଘ ଖାଲି ଥିବା ପଦବୀ ପୂରଣ , ପଦବୀ ଅନୁସାରେ ଦରମା ହାର ନିର୍ଦ୍ଧରଣ ଆଦି ଦାବୀ ପୂରଣ ପାଇଁ 8 ଅଗଷ୍ଟ ରେ ଦାବୀ ପତ୍ର ଦେଇଥିଲେ। କୃଷି ମନ୍ତ୍ରୀ ଙ୍କ ସହ ଆଲୋଚନା ପରେ 15 ଅଗଷ୍ଟ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ। କିନ୍ତୁ ରାଜ୍ୟ ସରକାର ଙ୍କ ପକ୍ଷରୁକିଛି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ପ୍ରଦାନ କରିଛି ଜିଲ୍ଲା କୃଷି ସେବା ସଂଘ। 30 ତାରିଖ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ନିଷ୍ପତ୍ତି ନେଇଛି ସଙ୍ଘ। ଆଜି ଦାବିପତ୍ର ପ୍ରଦାନ ବେଳେ ସଭାପତି ଜି ଭେଙ୍କଟ ରେଡି ,ସମ୍ପାଦକ ସୌମ୍ୟ ରଞ୍ଜନ ପାତ୍ର ,କୋଷାଧ୍ୟକ୍ଷ ଅମିତ କୁମାର ମଲ୍ଲିକ ସମେତ ଜିଲ୍ଲା କୃଷି ସେବା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

  ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ କୃଷି ବିସ୍ତାର ପ୍ରବନ୍ଧସଂସ୍ଥାନ ପକ୍ଷରୁ ଗଠିତ କମିଟି କ୍ୟାଡ଼ର ପୁନର୍ବିନ୍ୟାସ ପାଇଁ ସୁପାରିଶ 2021 ଜୁଲାଇ 14 ରେ ଦେଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କିଛି ପଦକ୍ଷେପ ନେଇ ନାହାଁନ୍ତି। ଦୁଇବର୍ଷ ହେବ ବାରମ୍ବାର ଦାବୀ ସତ୍ତ୍ୱେ କିଛି ପଦକ୍ଷେପ ନିଆ ଯାଉ ନଥିବାରୁ କୃଷି ସେବା ସଂଘ 8 ତାରିଖରେ ଦାବୀ ପତ୍ର ଦେଇ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ନିଷ୍ପତ୍ତି ଜଣାଇଥିଲେ। କୃଷି ସେବା ସଂଘ ଆନ୍ଦୋଳନ କୁ ଓହ୍ଲାଇଲେ କୃଷି ଭିତ୍ତିକ ଯୋଜନା କାଳିଆ ବଳରାମ , ଫସଲବୀମା ଓଡିଶା ଯାନ୍ତ୍ରିକ କୃଷି , ଡିଜିଟାଲ କୃଷି , ଅର୍ଥକରୀ ଫସଲ ମିଶନ ,ମିଲେଟ ମିଶନ, ପ୍ରତିକୂଳ ଜଳବାୟ କୃଷି , ଆଦି ବାଧିତ ହେବା ସମ୍ଭାବନା ରହିଛି। କାରଣ ଏସବୁ ଦାୟିତ୍ୱ କୃଷି ସେବା କ୍ୟାଡ଼ର ଅଧିକାରୀଙ୍କ। ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ 2016 ରୁ କୃଷି ଭିତ୍ତିକ ଶିକ୍ଷା କୁ ବୃତ୍ତିଗତ ଶିକ୍ଷାର ମାନ୍ୟତା ଦେଇଛି। ଅଦ୍ୟାବଧି କୟଦର ପୁନର୍ବିନ୍ୟାସ କରିବା ଦୁରରକଥା ସୀମିତ ଅଧିକାରୀ ଙ୍କ ଉପରେ ବିଭାଗର ସମସ୍ତ ଯୋଜନାର ଚାପ ଦିଆଯାଇଛି। ପଦୋନ୍ନତି ର କିଛି ମାନେ ରହୁନି ,ଦୁଇଟି କ୍ୟାଡ଼ର ର ବେତନ ଲେଭେଲ 13 ଜିଲ୍ଲା ସ୍ତର ର ଦୁଇଟି ପଦବୀ ର ବେତନ ହାର ସମାନ ରହିଛି। ଖାଲି ପଦବୀ ପୂରଣ ହେଉନି। ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନ ନେଲେ ଜିଲ୍ଲା ଠୁଁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତ କୃଷି ଅଧିକାରୀ ଆନ୍ଦୋଳନ କୁ ଓହ୍ଲାଇଲେ କୃଷି ଯୋଜନା ବାଧିତ ହେବ ଏଣୁ ପୂର୍ବରୁ ପଦକ୍ଷେପ ନେବାକୁ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଜିଲ୍ଲାର ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଏବଂ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ -୨୦୨୪ 

masiha

କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିକ୍ଷକ ସଂଘ ସମନ୍ଵୟ କମିଟୀ ଗଠନ

Sunil Chandra Nayak

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗଦ୍ୱାରା ଲଳିତ କଳା ପ୍ରଦର୍ଶନୀ 

masiha

Leave a Comment

error: Content is protected !!