ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ

ଉତ୍କେଲା,୨୧/୦୩,ନିପ୍ର, ସୋମବାର ଦିନ ଦିବା ୧୨ଘଣ୍ଟା ସମୟରେ କେସିଙ୍ଗା ସେକ୍ସନ ଅନ୍ତର୍ଗତ ଜାମଯୋର ବନ ସୁରକ୍ଷା ସମିତିରେ କେସିଙ୍ଗା ବନାଞ୍ଚଳ ଦ୍ଵାରା ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ବନରକ୍ଷୀ ଶ୍ରୀଯୁକ୍ତ ବିଘ୍ନରାଜ ପୋଢ଼ ଓ ବନ ସୁରକ୍ଷା ସମିତି ର ସଭାପତି ଶ୍ରୀଯୁକ୍ତ ମଧୁସୂଦନ ଶବରଙ୍କ ତତ୍ତ୍ଵାବଧାନରେ ଏକ ଗୋଷ୍ଠି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜାମଯୋର୍ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ଆମ ଜଙ୍ଗଲ ଯୋଜନାର ବିକାଶ ଅଧିକାରୀ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ଓ ଇନ୍ଦ୍ରମଣି ମାଝୀ ଏବଂ ଦଳପତି ହେମନ୍ତ କୁମାର ସାହୁ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ବୈଠକ କୁ ପରିଚାଳନା କରି ଜଙ୍ଗଲର ଆବଶ୍ୟକତା ଓ ଉପଯୋଗୀତା ସମ୍ବନ୍ଧରେ ଅବଗତ କରିଥିବା ବେଳେ ପରିବେଶବିତ୍ ଶ୍ରୀଯୁକ୍ତ କୁବେର ବୁଡେକ୍ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ପରିବେଶ ପ୍ରଦୂଷଣ ହେବା ସହ ବନ୍ୟ ଜନ୍ତୁ ମରିଯିବା ଓ ମୃତ୍ତିକା କ୍ଷୟର ଭୟାବହତା ସମ୍ବନ୍ଧରେ ଅବଗତ କରାଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହ ଜଙ୍ଗଲ ରେ ନିଆଁ ନ ଲାଗିବା ପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ଗୋଲାମୁଣ୍ଡା ସାକ୍ଷର ଭାରତ ପ୍ରେରକ୍ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ରପ୍ରଦାନ

Sunil Chandra Nayak

ଜୁନାଗଡ ମାରୱାଡି ମହିଳା ସମିତିର ରଜତ ଜୟନ୍ତୀ

Sunil Chandra Nayak

ଆଜି ଧନ ତେରସ – ଦୀପାବଳି ପୂର୍ବରୁ ଧନତେରାସ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ

Sunil Chandra Nayak

Leave a Comment

error: Content is protected !!