ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ କୁ ଧକ୍କା ଦେଲା ବସ୍

ବାଲେଶ୍ବର,୨୦/୮/୨୩ – ବାଲେଶ୍ଵର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଅନ୍ୟ ଏକ ତୀର୍ଥ ଯାତ୍ରୀ ବସ୍ ।

 ୧୦ଜଣ ସାମାନ୍ୟ ଆହତ । ସୂଚନା ଅନୁଯାୟୀ ଜ୍ୟୋତି ଟ୍ରାଭେଲର୍ସ ନାମକ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ୬୦ ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଡ୍ରାଇଭର(ଚାଳକ) ଗାଡ଼ିର ବେଗ କମାଇ ଦେଇଥିଲେ । ଏହି ସମୟରେ ପଛରୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥ ଯାତ୍ରୀ ବସ୍ ଧକ୍କା ଦେଇଥିଲା ।

ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ବସରେ ୪୦ ଜଣ ଯାତ୍ରୀ ନେଇ ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ପୁରୀ ଯାଉଥିବା ଜଣା ପଡ଼ଛି । ଖବରପାଇ ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଥାନାକୁ ନେଇ ପଚାରା ଉଚରା ଜାରି ରଖିଥିବା ବେଳେ ଗାଡିର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି କଣ୍ଡକଟର ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗଞ୍ଜାମକୁ ଏକ ନମ୍ବର ‘ଅପପୁଷ୍ଟି ମୁକ୍ତ’ ଜିଲ୍ଲାରେ ପରିଣତ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ସଂକଳ୍ପ 

Sunil Chandra Nayak

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

masiha

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତା ଙ୍କ ରକ୍ଷା କବଚ ‘ ଉପାନ୍ତ ଖବର ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଅତିଥି ମାନଙ୍କ ମତ 

masiha

Leave a Comment

error: Content is protected !!