ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହ ର ପ୍ରଲୋଭନ ଦେଖାଇ ପ୍ରତାରଣା

ଡାବୁଗାଁ, ୨୦/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ନେଇ ଶନିବାର ରାତିରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ଜଣେ ପ୍ରାପ୍ତ ବୟସ ଯୁବତୀ ସେହି ଗ୍ରାମର ଜଣେ ପ୍ରାପ୍ତ ବୟସ୍କ ଯୁବକ ସହ ଆଜକୁ ପ୍ରାୟ ୩ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଧୀରେ ଧିରେ ପ୍ରେମ ସମ୍ପର୍କ ଶାରେରିକ ସମ୍ପର୍କରେ ପରିଣତ ହୋଇଥିଲା | ଯୁବତୀ ଯେତେବେଳେ ବିବାହ ପାଇଁ କହୁଥିଲା ଯୁବକ ଜଣକ ସେହି କଥାକୁ ବିଭିନ୍ନ ବାହାନା କରି ଆଡେଇ ଦେଉଥିଲା | ଯୁବତୀ ବାରମ୍ବାର ବିବାହ କଥା କଗିବାରୁ ଶେଷରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲା | ଶେଷରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଶନିବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି | ଏନେଇ ଥାନା କେସ ନଂ ୧୬୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚାକିରି ଦେବା ନା ରେ ଠକେଇ 2 ଜଣ ଗିରଫ 

ଗୋରୁମହିଷାଣୀ ଥାନା! ଷୁଣ୍ଢଳ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅଧରେ ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ

masiha

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

Sunil Chandra Nayak

Leave a Comment

error: Content is protected !!