ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହ ର ପ୍ରଲୋଭନ ଦେଖାଇ ପ୍ରତାରଣା

ଡାବୁଗାଁ, ୨୦/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ନେଇ ଶନିବାର ରାତିରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ଜଣେ ପ୍ରାପ୍ତ ବୟସ ଯୁବତୀ ସେହି ଗ୍ରାମର ଜଣେ ପ୍ରାପ୍ତ ବୟସ୍କ ଯୁବକ ସହ ଆଜକୁ ପ୍ରାୟ ୩ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଧୀରେ ଧିରେ ପ୍ରେମ ସମ୍ପର୍କ ଶାରେରିକ ସମ୍ପର୍କରେ ପରିଣତ ହୋଇଥିଲା | ଯୁବତୀ ଯେତେବେଳେ ବିବାହ ପାଇଁ କହୁଥିଲା ଯୁବକ ଜଣକ ସେହି କଥାକୁ ବିଭିନ୍ନ ବାହାନା କରି ଆଡେଇ ଦେଉଥିଲା | ଯୁବତୀ ବାରମ୍ବାର ବିବାହ କଥା କଗିବାରୁ ଶେଷରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲା | ଶେଷରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଶନିବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି | ଏନେଇ ଥାନା କେସ ନଂ ୧୬୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅପହରଣ ସମୟରେ ଯୁବତୀ ଉଦ୍ଧାର : ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ମୁନିଗୁଡା ରେଞ୍ଜ ଠାରେ ବାଘ ଛାଲ ସହ ୨ ଦେଶି ବନ୍ଧୁକ ଜବତ, ଜଣେ ଗିରଫ 

masiha

ନୂଆପଡ଼ା କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଏକ ଜୁଆ ଆଡ୍ଡା ଚଢାଉ, ନଗଦ ୪୮,୨୨୫/- ଟଙ୍କା ଜବତ,୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ,୨୩ ଯୁଆଡି ଗିରଫ

masiha

Leave a Comment

error: Content is protected !!