ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନୀକରଣରେ ଦୁର୍ନୀତି ଅଭିଯୋଗ, ସପ୍ତାହେ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ , ଦୋଷ ଲୁଚାଇବାକୁ ଚାଲିଛି ଗଳାବାଟ ଖୋଜା

ଲାଞ୍ଜିଗଡ଼,୨୧/୦୮(ମନିସ)-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ୍ ଅନ୍ତର୍ଗତ ଟେକରତୋଳା ଗାଁରେ ବନୀକରଣ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗାଁ ଲୋକେ କାମ ବନ୍ଦ କରାଇ ଦେଇଥିବାବେଳେ ସପ୍ତାହେ ବିତିଯାଇଥିଲେ ହେଁ ବନବିଭାଗ ତରଫରୁ ଅଭିଯୋଗ ସଂପର୍କରେ ତଦନ୍ତ ଆରମ୍ଭ ହୋଇନାହିଁ ! ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଚାରାରୋପଣ କରାଯାଉଥିବାବେଳେ ତାହା କାମ୍ପା ଯୋଜନାର ଅନୁଦାନକୁ ମନରେଗା ଭାବେ ଦେଖାଇ ହଡ଼ପ କରାଯିବାର ମସୁଧା ରଖିଥିବା ଅଭିଯୋଗ ହୋଇଛି ! ଏପରିକି ଶହଶହ ମଲା ଚାରାଗଛ ଲଗାଇ ଦେଇ ବନବିଭାଗ ନିଜ ଦାୟିତ୍ବ ସାରିଦେବାକୁ ବସିଥିବାବେଳେ ଉପରିସ୍ତ ଅଧିକାରୀମାନେ ଏ ସଂପର୍କରେ ଜାଣି ମଧ୍ୟ ଚୂପ ରହିବା ସେମାନଙ୍କ ଭୂମିକା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ! ଟେକରତୋଳା ଗାଁର ଶେଷମୁଣ୍ଡରେ ଚାରାରୋପଣ ଦାୟିତ୍ବରେ ଥିବା ପାଣିମୁଣ୍ଡା ବିଟ୍ ର ଫରେଷ୍ଟଗାର୍ଡ ତପିମଣି କୁମାର ସବୁ ପ୍ରକାର ନିୟମନୀତିକୁ ଜଳାଞ୍ଜଳି ଦେଇ କାମ୍ପା ଯୋଜନାର କାମକୁ ମନରେଗା ଦେଖାଇ ଅନୁଦାନ ହଡ଼ପ କରିବା ଉଦ୍ଦେଶ୍ୟରେ ଥିବା ନେଇ ଲୋକେ ସାଂଘାତିକ ଅଭିଯୋଗ କରିଥିବାବେଳେ ଶ୍ରମିକମାନଙ୍କ ନାଁରେ ଫଲ୍ସ ଏଣ୍ଟ୍ରି ଟଙ୍କା ହଡ଼ପ ଭଳି ଗୁରୁତର ଅଭିଯୋଗ କରିଛନ୍ତି ଟେକରତୋଳା ଗ୍ରାମବାସୀ ! ଏପରିକି ଯାହାକୁ ଅଭିଯୋଗ କର, କେହି ମୋର ବାଳବଙ୍କା କରିବେନି ବୋଲି ଶ୍ରୀ କୁମାର କହୁଥିବା ଅଭିଯୋଗକାରୀମାନେ ଦର୍ଶାଇଛନ୍ତି ! ଅଭିଯୋଗର ସପ୍ତାହେ ବିତିଗଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ! ଅପରପକ୍ଷରେ ଦୋଷ ଲୁଚାଇବାକୁ ଶ୍ରୀ କୁମାର କଳବଳକୌଶଳ ଲଗାଇଥିବା ଚର୍ଚ୍ଚା ହେଉଛି ! ଚାରାରୋପଣରେ ଲକ୍ଷଲକ୍ଷ ଟଙ୍କାର ଘୋଟାଲା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଓ ଦୁର୍ନୀତିଗ୍ରସ୍ତ ଫରେଷ୍ଟଗାର୍ଡଙ୍କ ବିରୁଦ୍ଧରେ ଦ୍ରୁଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଟେକରତୋଳା ଅଞ୍ଚଳବାସୀ ବିଶ୍ବନାଥପୁର ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ! ସେହିପରି ଚାରାରୋପଣ ଦୁର୍ନୀତିର ଭିଜିଲାନ୍ସସ୍ତରୀୟ ତଦନ୍ତ ପାଇଁ ସେମାନେ ଭିଜିଲାନ୍ସର ଦ୍ବାରସ୍ତ ହେବୁ ବୋଲି ଟେକରତୋଳା ୱାର୍ଡସଭ୍ୟ ତଥା ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ଗ୍ରାମବାସୀଙ୍କ ମଧ୍ୟରୁ ଅନାମ ବେହେରା, ବିଜୟ ପଣ୍ଡା, ନବିଖିତ ଗଉଡ଼, ବିଶ୍ବମ୍ବର ପୁଟେଲ, ଅର୍ଜୁନ ଗଉଡ଼, ନୀଲେଶ ଗଉଡ଼, ସୁଶାନ୍ତ ଗଉଡ଼, ପ୍ରମିଳା ଗଉଡ଼, ତରୁ ଗଉଡ଼, ପଦ୍ମିନୀ ମାଝୀ, ଯାଜ୍ଞସେନୀ ମାଝୀ, ଅନୁସୟା ମାଝୀ, ଗୌରୀ ମାଝୀ, କୁନ୍ତୀ ଗଉଡ଼, ସୂତ ଗଉଡ଼ଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ! ଏ ସଂପର୍କରେ ସିକେରକୁପା ଫରେଷ୍ଟର ଭାଗିରଥୀ ନାଏକଙ୍କୁ ପଚାରିବାରୁ ସେ ଅଭିଯୋଗ ସଂପର୍କରେ ତଦନ୍ତ ପାଇଁ ଉପରିସ୍ତ ଅଧିକାରୀଙ୍କୁ ଜଣାଇ ଦେଇଛି ବୋଲି କହିଛନ୍ତି ! ସେହିପରି ଏ ସଂପର୍କରେ ବିଶ୍ବନାଥପୁର ରେଞ୍ଜ ଅଫିସର ନରୋତ୍ତମ ମାଝୀଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ଯନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ଧର୍ମଗଡ଼ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ଧର୍ମଗଡ଼ ବିଧାୟକ କର କମଳରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ଯକ୍ରମ…

Sunil Chandra Nayak

Leave a Comment

error: Content is protected !!