ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଖାଦ୍ଯ ନିରାପତ୍ତା ଓ ସ୍ବଚ୍ଛତା ସଂକ୍ରାନ୍ତରେ ପାଚିକା ଓ ସହାୟିକାଙ୍କୁ ତାଲିମ

ମୟୂରଭଞ୍ଜ -୨୦/୮( ମସିହା)ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଓ ବ୍ଳକର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ପାଚିକା ତଥା ସହାୟିକାଙ୍କ ଖାଦ୍ୟ ନିରାପତ୍ତା ଓ ସ୍ବଛତାକୁ ନେଇ ଏକ ତାଲିମ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିରରେ ମାଷ୍ଟର ଟ୍ରେନର ସୌଭାଗ୍ୟ ମହାନ୍ତ, ପୂର୍ଣିମା ମହାନ୍ତ,ସମସ୍ତ ପାଚିକା ସହାୟିକା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଇରଙ୍ଗପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆଏଵଂମଧ୍ଯାହ୍ନ ଭୋଜନ କାର୍ଯ୍ୟକ୍ରମର ଡାଟା ଏଣ୍ଟ୍ରି ଅପେରେଟର ଗଗନ ବରାଳ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀଙ୍କ ବିଭିନ୍ନ ପ୍ରଶ୍ନର‌ ଉତ୍ତର ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନରେ ଅନୁପ ମହାନ୍ତି,ଲୁବୁଆ ବେହେରା, ଅକ୍ଷୟ ରାଜ,କୁଷ ମୁଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉପଯୁକ୍ତ ତାଲିମ ପାଇଁ ଆବଶ୍ୟକୀୟ ଜ୍ଞାନ ଆହରଣ କରି ପାଚିକା ମାନେ ଘରକୁ ଫେରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିଶିଗନ୍ଧା ଭାଷାପ୍ରତିଷ୍ଠାନର ସର୍ବପ୍ରଥମ “ପ୍ରକୃତି ମିତ୍ର” -୨୦୨୩ ପୁରସ୍କାର ଗ୍ରହଣ କଲେ ବଳରାମ ତରାଇ 

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

Sunil Chandra Nayak

ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

Sunil Chandra Nayak

Leave a Comment

error: Content is protected !!