ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରୀଗାଁ ବିଧାୟକ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଙ୍କ ଦାବିପତ୍ର ପ୍ରଦାନ

ଚନ୍ଦାହାଣ୍ଡି -(ମ ନି ସ) ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଙ୍କ ଚାକିରୀ ନିୟମିତ କରିବା ପାଇଁ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଶାଖା କର୍ମଚାରୀ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଙ୍କୁ ତାଙ୍କ ବାସଭବନ ରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଓଡିଶା ସ୍ୱାସ୍ଥ୍ୟ ଠିକା ମହାସଂଘ ରେ କାର୍ଯରତ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଜିଲ୍ଲା ଓ ବ୍ଲକ ପରିଚାଳନା କର୍ମଚାରୀ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ, ମ୍ୟାଲେରିଆ ନିୟନ୍ତ୍ରଣ, ଯକ୍ଷ୍ମା ନିୟନ୍ତ୍ରଣ, ମହାମାରୀ ବିଶେଷଜ୍ଞ ଭଳି ବହୁ କର୍ମଚାରୀ ସରକାରୀ ପ୍ରକ୍ରିୟା ରେ ନିଯୁକ୍ତି ପାଇ 17 ବର୍ଷ ରୁ ଅଧିକ ଦିନ ଧରି ଠିକା ଭିତ୍ତିରେ କାର୍ଯ୍ୟ କରୁଛନ୍ତି l ଏହି କର୍ମଚାରୀ ଙ୍କ ବଳିଷ୍ଠ ପ୍ରୟାସ ଦ୍ୱାରା ଡେଙ୍ଗୁ, ମେଲେରିୟା, ପୋଲିଓ, କୁଷ୍ଠ, ଯକ୍ଷ୍ମା, ଓ ବିଶ୍ଵବ୍ୟାପି ମହାମାରୀ କୋଭିଡ କୁ ନିୟନ୍ତ୍ରଣ ହୋଇପାରିଛି l ତେଣୁ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ଠିକା କର୍ମଚାରୀ ଙ୍କୁ ନିୟମିତ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ l ଦାବିପତ୍ର ପ୍ରଦାନ ସମୟରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଚନ୍ଦାହାଣ୍ଡି ଶାଖା ର କର୍ମକର୍ତ୍ତା ବିପିଏମ ଜଗନ୍ନାଥ ମିଶ୍ର, ପ୍ରିୟଙ୍କା ସିଲ, ସୁଦୀପ୍ତ ରଞ୍ଜନ ରାଉତ, କେ ଅନୁଶା, ଶାନ୍ତନୁ ମହାପାତ୍ର, ଫାର୍ମାସିଷ୍ଟ ଅମରେଶ ଖମାରି, ଚକ୍ର ବାତ୍ରା, ଗୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଆଞ୍ଚଳିକ ବ୍ରାହ୍ମଣସମିତି ଖଇରା ତରଫରୁ ଭାଗବତ ଜନ୍ମ ପାଳିତ

masiha

ସୁନ୍ଦରଗଡ଼ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଧରାକୋଟରେ ନୂଆ ବିଇଓ 

Sunil Chandra Nayak

Leave a Comment

error: Content is protected !!