ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଗୋଲାମୁଣ୍ଡା ବ୍ଲକ ଆମ୍ବଗୁଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା କଳାହାଣ୍ଡି ସୁନାରୀ ସମାଜ ର ପୂର୍ବତନ ସାଧାରଣ ସମ୍ପାଦକସତ୍ୟାନନ୍ଦ ସରାପଙ୍କ ରବିବାର ସନ୍ଧ୍ୟା ସମୟରେ ଦେହାନ୍ତ ହୋଇଯାଇଛି. ସେ ଜଣେ ଛାତ୍ରବତ୍ସଲ ତଥା ଉତ୍ତମ ବ୍ୟକ୍ତିତ୍ୱ ଏବଂ ସମାଜସେବୀ ଭାବରେ ସେ ଅଞ୍ଚଳରେ ସୁପରିଚିତ ଥିଲେ.ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି. ସ୍ବର୍ଗତ ଶ୍ରୀ ସୁନାରି ଦୀର୍ଘ ଦିନ ଧରି କୌଣସି ଏକ ଅଜଣା ରୋଗରେ ପୀଡିତ ଥିଲେ. ତାଙ୍କ ନିଜସ୍ୱ ବାସଭବନ ଆମ୍ବଗୁଡା ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ.ତାଙ୍କ ମୃତ୍ୟୁ ରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ,ବୃନ୍ଦାବାହାଲ ସରପଞ୍ଚ ଦିନେଶ କୁମାର ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ତଥା ବିଭିନ୍ନ ମହଳରୁ ଶୋକ ପ୍ରକାଶ ପାଇଛି।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବାଇକ୍ କୁ ପିଟିଲା ହାଇଡ୍ରା; ବାଇକ୍ ଚୁରମାର ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ

ଧାନ କିଣାରେ କୋଟି କୋଟି ଟଙ୍କାର ଘୋଟଲା , ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ତଦନ୍ତ ଦାବୀ

Sunil Chandra Nayak

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

Leave a Comment

error: Content is protected !!