ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ନିର୍ବାଚନ ପ୍ରଚାରକୁ ଜୋରଦାର କଲେ ବିଜେପି -ବିଜେଡି ଦଳ

ଜୁନାଗଡ଼,୨୦/୩(ନି.ପ୍ର) ପୌର ନିର୍ବାଚନ ମାତ୍ର ୨ଦିନ ରହିଥିବାବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ପିଜେପି -ବିଜେଡି ଦଳ ।ପଥପ୍ରାନ୍ତ ,ଶୋଭାଯାତ୍ରା ସହର ଉଠୁଛି ପଡୁଛି। l ପୌର ନିର୍ବାଚନ ରେ ଜୁନାଗଡ ର ଅଧକ୍ଷ ପଦ ପାଇଁ ଏହି ପ୍ରମୁଖ ଦଳର ବିଜେପି ଅଧକ୍ଷ୍ୟ ପ୍ରାର୍ଥୀ ଲୋକପ୍ରିୟ ସମାଜ ସେବୀ ମୁକେଶ ଅଗ୍ରୱାଲ ରହିଛନ୍ତି । ସେ ବିଶାଳ ଶୋଭାଯାତ୍ରା କରି ଘର ଘର ବୁଲି ଭୋଟ ମାଗୁଛନ୍ତି। ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ନିର୍ବାଚନୀ ସଭାରେ ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ନିଜ ଦଳର ଅଧକ୍ଷ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରିଥିଲେ।ସେହିପରି ବିଜେଡି ର ମହେଶ୍ ସାହୁ ଙ୍କ ପାଇଁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରଚାର ମଙ୍ଗ ଧରି ଦିନରାତି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ବିଜେଡି ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରି ଯେମିତି ହେଲେ ଏହି ଆସନ ଅକ୍ତିଆର କରିବା ପାଇଁ ଜିଯାନ ଲଗାଇଛନ୍ତି। ଏହି ଆସନ ପାଇଁ ଦିମୁଖୀ ଲଢେଇ ସହ କଡା ଟକ୍କର ହେବ। ସମ୍ଭାବନା ରହିଛି। ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ

Related posts

ଔପଦାରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳିତ

Sunil Chandra Nayak

ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ 

Sunil Chandra Nayak

ବେଣୁଧର ସୂତର ଙ୍କ କବିତା ବସନ୍ତ ଯାଇଛି ଫେରି 

Sunil Chandra Nayak

Leave a Comment

error: Content is protected !!