ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଓଲମା ଗ୍ରାମରେ ସଶସ୍ତ୍ର ଡକାୟତି, ମାରଣାସ୍ତ୍ର ଦେଖାଇ ୨୫ ଭରି ସୁନାଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

କୋକସରା,୨୧/୦୮ // ରବିବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି। ରବିବାର ବିଳମ୍ବିତ ରାତିରେ ଓଲମା ଗ୍ରାମର ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ଡକାୟତି ହୋଇଥିବା ବେଳେ ପରିଵାର କହିବା ଅନୁଯାୟୀ ରାତି ପ୍ରାୟ ୨ ଘଣ୍ଟା ସମୟରେ ପାଚେରି ଡେଇଁ ଘରର ମୁଖ୍ୟ କବାଟକୁ ତାଡି ୧୦ ରୁ ୧୨ ଜଣ ମୁଖାପିନ୍ଧା ଡକାୟତ ମାରଣାସ୍ତ୍ର ଦେଖାଇ ଗୃହକର୍ତ୍ତା ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଆତଙ୍କିତ କରି ପିସ୍ତଲ ମୁନରେ ପ୍ରାୟ ୨୫ ଭରି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ଏହାସହ ଘରର ସମସ୍ତ ଦାମୀ ଆସବାବପତ୍ର ସହ କମ୍ପୁଟର,।୨ଟି ଦାମୀ ସ୍ମାର୍ଟ ଟିଭି, ୪ ଟି ମୋବାଇଲ, ଭଙ୍ଗାରୁଜା କରିବା ସହ ଡକାୟତ ଦଳ ଘରେ ପଶି ସମସ୍ତ ସଦସ୍ୟଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ଡକାୟତି କରିଥିବା କୁହାଯାଉଛି। ଏହି ସମୟରେ ଘରେ ଧନଞ୍ଜୟ ସାହୁ ତାଙ୍କ ପତ୍ନୀ ନନ୍ଦିତା, ପୁଅ, ବୋହୂ ଓ ସାନ ପୁଅ ଘରେ ଥିଲେ। ୨ ମହଲା ଘରରେ ତଳେ ଧନଞ୍ଜୟ ପତ୍ନୀ ନନ୍ଦିତା ଓ ସାନ ପୁଅ ରହୁଥିବା ବେଳେ ଉପର ମହଲାରେ ବଡ଼ପୁଅ, ବୋହୂ ରହୁଥିଲେ। ବୋହୁ ଡକାୟତ ଘରେ ପଶିଥିବା ନେଇ କୌଣସି ମତେ ଫୋନ କରି ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ପରେ ଦୀର୍ଘ ୧ ଘଣ୍ଟା ଧରି ଲୁଟପାଟ କରି ଲୋକଙ୍କ ପାଟିତୁଣ୍ଡ ଶୁଣି ସମସ୍ତ ଡକାୟତ ବାଡ଼ ଡେଇଁ ଫେରାର ମାରିଥିବା ବେଳେ ଜଣେ ଡକାୟତ ବାଡ଼ରୁ ଡେଉଁଥିବା ବେଳେ ତଳେ କଚାଡି ହୋଇ ପଡିବାରୁ ଡକାୟତର ଗୋଡ଼ ଭାଙ୍ଗି ଯିବାରୁ ସେ ଆଉ ଯାଇ ନପାରି ଗୁରୁଣ୍ଡି ଗୁରୁଣ୍ଡି ନିକଟସ୍ଥ ଏକ ଚାଷଜମିରେ ପଡି ରହିଥିଲା। ସକାଳୁ ସ୍ଥାନୀୟ ଗ୍ରାମବାସୀ ମାନେ ଦେଖି ସଂପୃକ୍ତ ଡକାୟତକୁ ଅଟକ ରଖି ପରେ ପୋଲିସକୁ ଜିମା ଦେଇଥିଲ। ସେହିପରି ଆଉ ଜଣେ ଡକାୟତକୁ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ କାଉଡୋଳା ଗାଁ ନିକଟରେ ସ୍ଥାନୀୟ ଲୋକେ ତାକୁ ଧରି କୋକସରା ପୋଲିସର ଜିମା ଦେଇଛନ୍ତି। ଏହି ଯୁବକ ମଧ୍ୟ ଡକାୟତି ଦଳରେ ସମ୍ପୃକ୍ତ ରହିଥିବା କୁହାଯାଉଛି। ଡକାୟତି ଘଟଣା ପରେ ଧର୍ମଗଡ଼ ଏସଡିପିଓ ଧୀରଜ କୁମାର ଚୋପଦାରଙ୍କ ନେତୃତ୍ୱରେ କୋକସରା, ଆମପାଣି ଓ କଲମପୁର ପୋଲିସ ମିଳିତ ଭାବେ ଡକାୟତ ଦଳର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛନ୍ତି । ଏନେଇ କୋକସରା ଥାନା କେଶ ନମ୍ବର ୨୧୬/୨୩ରେ ଏକ ଡକାୟତି ମାମଲାରେ ରୁଜୁ ହୋଇ ତଦନ୍ତ ଚାଲିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଲମପୁର ରୁ ଗିରଫ ହେଲା ୧୦ ବର୍ଷ ରୁ ଅଧିକ ବର୍ଷ ଧରି ଫେରାର ଅଭିଯୁକ୍ତ

ବଡପଳସା ଗ୍ରାମରୁ ଟ୍ରାନ୍ସଫର୍ମର ଚୋରୀ

Sunil Chandra Nayak

ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ପୃଥକ ମାମଲା ରୁଜୁ, ୩ ନାବାଳିକାଙ୍କ ବୟାନ ରେକର୍ଡ

Sunil Chandra Nayak

Leave a Comment

error: Content is protected !!