ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ତିରିଶି ତାରିଖରୁ ବହୁଚରାମାତାଙ୍କ ଷୋହଳ ପୂଜା

ନର୍ଲା (ମ.ପ୍ର) ସେବାକାରୀ କିନ୍ନର ସଂଘ ନର୍ଲାରୋଡ ତରଫରୁ ନର୍ଲାରୋଡସ୍ଥିତ ବିକ୍ରମଲଜ ନିକଟରେ ଚାରି ଦିନ ଧରି ବହୁଚରାମାତାଙ୍କ ଷୋହଳ ପୂଜା ଅନୁଷ୍ଠିତ ହେବ ବୋଲି ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ପ୍ରକାଶ କରିଛନ୍ତି। ୩୦ ତାରିଖ ବୁଧବାର ସନ୍ଧ୍ୟାରେ କଳସ ଆବାହନ ଓ ୮ ଘଣ୍ଟା ସମୟରେ ପୂଜାରମ୍ଭ। ୩୧ ତାରିଖ ଗୁରୁବାର ପୀଠ ପୂଜା ଓ ୧ ତାରିଖ ଶୁକ୍ରବାର ଚେଲା ଲିଟୁଙ୍କ ଜଲସା ପୂଜା, ସକାଳ ୯ଟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଥିବା ବେଳେ ୨ ତାରିଖ ଶନିବାର ଦିବା ୧୧ଘଣ୍ଟା ସମୟରେ ନଗର ପରିକ୍ରମା ଓ କଳସଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ସମେତ ବଲାଙ୍ଗୀର, ସମ୍ବଲପୁର ଓ ଭୁବନେଶ୍ଵରରୁ ଶତାଧିକ କିନ୍ନର ଯୋଗଦାନ କରିବେ ବୋଲି କାମିନୀ କିନ୍ନର ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଫୁଲବାଣୀ ରେ ବ୍ରାଉନ ସୁଗାର କାରବାର ମାଲଲା ରେ ଜଣେ ଗିରଫ, ୩.୫୯୦ ଗ୍ରାମ ବ୍ରାଉନ ସୁଗାର ଜବତ

Sunil Chandra Nayak

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ସଭାପତି ହେଲେ ବିରଞ୍ଚି ନାରାୟଣ ପଣ୍ଡା

Sunil Chandra Nayak

Leave a Comment

error: Content is protected !!