ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳାମୁଣ୍ଡା /ମସିହା/୨୧/୩/୨୨/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମ୍ମନିତ ଶିଶୁ ବିକାଶ ଯୋଜନା ସମ୍ପର୍କରେ ବ୍ଲକ ସ୍ତରୀୟ ଜଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହିକାର୍ଯ୍ୟକ୍ରମ ମୁଖ୍ୟ ଉଦେଶ୍ୟ ହେଉଛି ଆର୍ଥିକ ବର୍ଷ୨୦୨୧/୨୦୨୨ ରାଜ୍ୟ ସରକାର ଙ୍କ ମନରେଗା ଯୋଜନା ମାଧ୍ୟମରେ ଲୋକଙ୍କ ପାଖକୁ ଠିକ ସମୟରେ କାମ ଯୋଗାଇ ଦିଆଯିବ, ଲୋକେ ଦେଶାନ୍ତର ନହେବା,ଠିକ ସମୟରେ ଲୋକେ ପଇସା ପାଉଛନ୍ତି କି ନାହିଁ ଓ କାମ ଭଲ ଭାବରେ କାର୍ଯ୍ୟକ୍ଷମ ହେଉଛି କି ନାହିଁ ଏବଂଖାଦ୍ୟ ସୁରକ୍ଷା ଆଇନ ରେ ଲୋକମାନେ କିପରି ଠିକ ସମୟ ମଧ୍ୟରେ ଚ।ଉଳ, ଗହମ ପାଇପାରିବେ ଏବଂ ଯେଉଁ ମାନଙ୍କ ଖାଉଟି କାଡ଼ କାଟି ଯାଇଛି ସେହିମାନଙ୍କୁ ଖାଉଟି କାଡ଼ ଯୋଗାଇ ଦିଆଯିବ ଓ ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ଗର୍ଭବତୀ ମହିଲା ,ଓ  କିଶୋର କିଶୋରୀ ମାନେ  ପୁଷ୍ଟିକର ଖାଦ୍ୟପେୟ ପାଉଛନ୍ତି କି ନାହିଁ ତାହାର କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା।ଏହି ଜନଶୁଣାଣୀକାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁମହାନନ୍ଦ, ସମାନିତ ଅତିଥି କଳାହାଣ୍ଡି ଜିଲ୍ଲା ସୋସିଆଲ ଅଡିଟର ଶଶାଙ୍କ ଶେଖର ଭୋଇ,ଗୋଳାମୁଣ୍ଡା ବିଡିଓ ସିଂଧା ରାଣୀ ପଧାନ,ଏମ ଆଇ, ଗୋଳାମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଇକ,ବ୍ଲକର ସମସ୍ତ ସରପଞ୍ଚ, ପିଇଓ, ଜିଆରଏସ,ଜଙ୍ଗଲ ବିଭାଗ ଅଧିକାରୀ, ଓ ଜନକଲ୍ୟାଣ ସାମ୍ବାଦିକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ , ଢେଙ୍କାନାଳ ଶାଖା ତରଫରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

ସାଧନା ପଣ୍ଡା ଙ୍କ କବିତା ବଡ ଦେଉଳିଆ ଠାକୁର 

Sunil Chandra Nayak

Leave a Comment

error: Content is protected !!