ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ କୁ ଉତ୍ସବ ରୁପେ ପାଳନ କଲେ ଛାତ୍ର ଛାତ୍ରୀ

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ ପରେ ସାରା ଦେଶରେ ଖୁସି ର ଲହରି ଖେଳି ଯାଇଛି। ଏଥିରୁ ଜେକେ କାଗଜ କଳ ଓ ତା ଦ୍ଵାରା ପରିଚାଳିତ ସଂସ୍ଥା ମଧ୍ୟ ବାଦ ପଡିନି। ଏହି ଅବସରରେ ଲକ୍ଷ୍ମୀ ପଥ ସିଂଘାନିଆ ପବ୍ଲିକ୍ ସ୍କୁଲ୍ ଓ ଲକ୍ଷ୍ମୀ ପଥ ସିଂଘାନିଆ ହାଇ ସ୍କୁଲ ର ଛାତ୍ରଛାତ୍ରୀମାନେ ମାନେ ଚନ୍ଦ୍ରୟାନ୍ – ୩ ର ସଫ୍ଟ ଲ୍ୟାଣ୍ଡିଂ ସିଧା ପ୍ରସାରଣ ଦେଖିଥିଲେ ଏବଂ ଏହାକୁ ଏକ ଉତ୍ସବରେ ପରିଣତ କରି ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଘୋଷ ରେ ବାତାବରଣ କୁ ଉତ୍ସବ ମୁଖର କରି ଦେଇ ଥିଲେ । 

ଏହି କାର୍ଯ୍ୟକ୍ରମରେ ପାଖା ପାଖି 1000 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶୋଭାଯାତ୍ରା ରେ ବାହାରି ଥିଲେ। ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳ ର ମୁଖ୍ୟ ବିନୟ ଦ୍ଵିବେଦୀ ଉପସ୍ଥିତ ରହି ଦେଶର ସମସ୍ତ ବୈଜ୍ଞାନିକ ଓ ଇସରୋ ଉଦ୍ଦେଶ୍ଯ ରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେ କହି ଥିଲେ ଯେ ବିଶ୍ୱ ଇତିହାସ ରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇ ଗଲା ଯାହା ଭାରତ ପାଇଁ ଏକ ଗୌରବ ର ବିଷୟ। ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ବିଶ୍ୱଜିତ୍ ଦ୍ଵିବେଦୀ, ଉପ ସଭାପତି ବାଣିଜ୍ଯ, ସନ୍ଦୀପ ପାଣ୍ଡେ, ମହା ପ୍ରବନ୍ଧକ ମାନବ ସମ୍ବଳ ବିକାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ୍ କରାଯାଇଥିଲା।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁପ୍ରା ପକ୍ଷରୁ ସ୍ୱଛତା ପକ୍ଷ ପାଳନ ଓ ଗ୍ରାମ୍ୟରାସ୍ତା ତଥା ଜଗନ୍ନାଥ ମନ୍ଦିର ପରିସର ସଫେଇ

masiha

ଅଗ୍ନିଶମ ବାହିନୀ ଦ୍ଵାରା କୂଅରୁ ଷଣ୍ଢ ଉଦ୍ଧାର

masiha

ପରିବର୍ତ୍ତନ ଫାଉଣ୍ଡେସନର ଗୁରୁତ୍ଵ ପୂର୍ଣ୍ଣ ବୈଠକ 

masiha

Leave a Comment

error: Content is protected !!