ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ କୁ ଉତ୍ସବ ରୁପେ ପାଳନ କଲେ ଛାତ୍ର ଛାତ୍ରୀ

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ ପରେ ସାରା ଦେଶରେ ଖୁସି ର ଲହରି ଖେଳି ଯାଇଛି। ଏଥିରୁ ଜେକେ କାଗଜ କଳ ଓ ତା ଦ୍ଵାରା ପରିଚାଳିତ ସଂସ୍ଥା ମଧ୍ୟ ବାଦ ପଡିନି। ଏହି ଅବସରରେ ଲକ୍ଷ୍ମୀ ପଥ ସିଂଘାନିଆ ପବ୍ଲିକ୍ ସ୍କୁଲ୍ ଓ ଲକ୍ଷ୍ମୀ ପଥ ସିଂଘାନିଆ ହାଇ ସ୍କୁଲ ର ଛାତ୍ରଛାତ୍ରୀମାନେ ମାନେ ଚନ୍ଦ୍ରୟାନ୍ – ୩ ର ସଫ୍ଟ ଲ୍ୟାଣ୍ଡିଂ ସିଧା ପ୍ରସାରଣ ଦେଖିଥିଲେ ଏବଂ ଏହାକୁ ଏକ ଉତ୍ସବରେ ପରିଣତ କରି ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଘୋଷ ରେ ବାତାବରଣ କୁ ଉତ୍ସବ ମୁଖର କରି ଦେଇ ଥିଲେ । 

ଏହି କାର୍ଯ୍ୟକ୍ରମରେ ପାଖା ପାଖି 1000 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶୋଭାଯାତ୍ରା ରେ ବାହାରି ଥିଲେ। ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳ ର ମୁଖ୍ୟ ବିନୟ ଦ୍ଵିବେଦୀ ଉପସ୍ଥିତ ରହି ଦେଶର ସମସ୍ତ ବୈଜ୍ଞାନିକ ଓ ଇସରୋ ଉଦ୍ଦେଶ୍ଯ ରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେ କହି ଥିଲେ ଯେ ବିଶ୍ୱ ଇତିହାସ ରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇ ଗଲା ଯାହା ଭାରତ ପାଇଁ ଏକ ଗୌରବ ର ବିଷୟ। ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ବିଶ୍ୱଜିତ୍ ଦ୍ଵିବେଦୀ, ଉପ ସଭାପତି ବାଣିଜ୍ଯ, ସନ୍ଦୀପ ପାଣ୍ଡେ, ମହା ପ୍ରବନ୍ଧକ ମାନବ ସମ୍ବଳ ବିକାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ୍ କରାଯାଇଥିଲା।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୁଲ୍ୟରେ ମାଟିର ମହାକଵି ସଚ୍ଚି ରାଉତରାୟଙ୍କ ପୂଣ୍ଯତିଥି ପାଳିତ

masiha

ଏକ କି.ମି ଦୂରତାର ଉଚ୍ଚ ସେତୁ ନିର୍ମାଣ ର ଶିଳା ନ୍ୟାସ

masiha

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ନୂତନ ପ୍ରତିପାଳନ ଯତ୍ନ ନିୟମାବଳୀ ୨୦୨୪ ସମ୍ବନ୍ଧରେ ତାଲିମ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!