ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା

ବୌଦ୍ଧ -୨୪।୮: ବୌଦ୍ଧ ଜ଼ିଲ୍ଲା ଗିରାସୀଙ୍ଗାରୁ ଅନାଥ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗିରାସୀଙ୍ଗା ସାଲୁଙ୍କି ନଦୀପଠା ପଲସା ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର । ମୃତ ନାବାଳକ ଗିରାସୀଙ୍ଗା ଗ୍ରାମର ୧୭ ବର୍ଷ ବୟସ୍କ ଦିନେଶ ପାତ୍ର । ଦୁର୍ବୃତ୍ତ ହତ୍ୟା କରି ମୃତଦେହ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି । ହତ୍ୟା ନା ଆତ୍ମହତ୍ୟା ସେ ନେଇ ଆଦର୍ଶ ଥାନା ପୋଲିସ ତଦନ୍ତ ଜାରି ରଖିଛି ।ସୂଚନାଯୋଗ୍ୟ ଯେ, ଗିରାସୀଙ୍ଗା ଗ୍ରାମର କିଛି ଲୋକ ସାଲୁଙ୍କି ନଦୀକୁ ଗାଧୋଇବାକୁ ଯାଉଥିବା ସମୟରେ ନଦୀ ପଠାରେ ଥିବା ଏକ ପଲସା ଗଛରେ ଗୋଟିଏ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ବୌଦ୍ଧ ଆଦର୍ଶ ଥାନା ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।ତେବେ ମୃତ ନାବାଳକଙ୍କ ବାପା-ମା’ଙ୍କ ଦେହାନ୍ତ ହେବା ପରେ ତାଙ୍କର ନିଜର ବୋଲି କେହି ନଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ କାହିଁକି ଏବଂ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ନା’ କିଏ ତାଙ୍କୁ ହତ୍ୟା କରି ଏଠାରେ ଝୁଲାଇ ଦେଇଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପ୍ରେମୀକ ଛାଡି ଦେଲା ପ୍ରେମିକା କୁ , ୫ମାସର ଶିଶୁ ପୁତ୍ରକୁ ଧରି ପ୍ରଚଣ୍ଡ ଖରାରେ ଥାନାର ଦ୍ୱାରସ୍ଥ,ହେଲେ ଜଣେ ମହିଳା

masiha

ଜୁନାଗଡ଼ରେ ମନ୍ଦିର ଓ ବ୍ୟାଙ୍କ କାନ୍ଥକୁ ଲାଗି ମଦ ଦୋକାନ  ଦୋକାନ ସମ୍ଭୁଖରେ ଠିପି ଖୋଲା ମଦ ବିକ୍ରି କରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ?

ଅବକାରୀ ଚଢାଉ ୧ ଗିରଫ

masiha

Leave a Comment

error: Content is protected !!