ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ଘର ସମ୍ମୁଖରେ ଥିବା ପିକଅପ୍ ଭେନ୍ ଚୋରି

ରୁପ୍ରା, ୨୨/୩ : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ କର୍ମେଗାଁ ଗ୍ରାମ ପଞ୍ଚାୟତ ଅଧିନ ସୁରପଦର (ନୂଆପଡା) ଗ୍ରାମର ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ପିକଅପ୍ ଭେନ୍ ନଂ OD08 A 5703 ସୋମବାର ରାତିରେ ଘର ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଅବସ୍ଥାରେ ଚୋରି ହୋଇଥିବା ପଲମ ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି । ଉକ୍ତ ପରିବା ବ୍ୟବସାୟୀ ମକରନ୍ଦ ଏହି ପିକଅପ୍ ସାହାଯ୍ୟରେ ବିଭିନ୍ନ ସ୍ଥାନରୁ ପନିପରିବା ସଂଗ୍ରହ କରି ଅଞ୍ଚଳରେ ବସୁଥିବା ସାପ୍ତାହିକ ବଜାର ମାନଙ୍କରେ ପରିବା ବିକ୍ରୟ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ତାଙ୍କ ପିକଅପ୍ ଭେନ୍ ଚୋରୀ ହୋଇଯିବାରୁ ସେ ସମ୍ପୁର୍ଣ୍ଣ ବେସାହାରା ହୋଇଯାଇଛନ୍ତି । ଉକ୍ତ ଚୋରି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ଅଞ୍ଚଳକୁ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଯାଇ ଛାନଭିନ୍ କରୁଥିବା ଜଣାପଡିଛି ।

ସୂଚନାଥାଉକି ଉକ୍ତ ଅଞ୍ଚଳରେ ଛୋଟଛୋଟ ଚୋରି ଘଟଣା ଘଟୁଥିଲେ ମଧ୍ୟ ଏପରି ଚାରି ଚକିଆ ଯାନ ଚୋରି ହେବା ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଲୋକେ ଆଉ ନିଜ ଧନଜୀବନ ସୁରକ୍ଷିତ ମଣୁ ନଥିବା ବେଳେ ପୁଲିସ୍ ପେଟ୍ରୋଲିଂ କରାଯିବା ପାଇଁ ଦାବୀ କରୁଛନ୍ତି । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ଜୀ ସାର୍ଥକ ର “ମୋ ଅଗଣାର ତୁଳସୀ ତୁ” ଏବେ ସମସ୍ତ ଙ୍କ ପ୍ରିୟ

Sunil Chandra Nayak

ଖବର ପ୍ରସାରଣ ପରେ ବି ଚେତିଲାନି ପ୍ରଶାସନ, ଶହିଦ ମିନାରକୁ ସଫା କଲେ ଖବରଦାତା  

Sunil Chandra Nayak

Leave a Comment

error: Content is protected !!