ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ଘର ସମ୍ମୁଖରେ ଥିବା ପିକଅପ୍ ଭେନ୍ ଚୋରି

ରୁପ୍ରା, ୨୨/୩ : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ କର୍ମେଗାଁ ଗ୍ରାମ ପଞ୍ଚାୟତ ଅଧିନ ସୁରପଦର (ନୂଆପଡା) ଗ୍ରାମର ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ପିକଅପ୍ ଭେନ୍ ନଂ OD08 A 5703 ସୋମବାର ରାତିରେ ଘର ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଅବସ୍ଥାରେ ଚୋରି ହୋଇଥିବା ପଲମ ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି । ଉକ୍ତ ପରିବା ବ୍ୟବସାୟୀ ମକରନ୍ଦ ଏହି ପିକଅପ୍ ସାହାଯ୍ୟରେ ବିଭିନ୍ନ ସ୍ଥାନରୁ ପନିପରିବା ସଂଗ୍ରହ କରି ଅଞ୍ଚଳରେ ବସୁଥିବା ସାପ୍ତାହିକ ବଜାର ମାନଙ୍କରେ ପରିବା ବିକ୍ରୟ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ତାଙ୍କ ପିକଅପ୍ ଭେନ୍ ଚୋରୀ ହୋଇଯିବାରୁ ସେ ସମ୍ପୁର୍ଣ୍ଣ ବେସାହାରା ହୋଇଯାଇଛନ୍ତି । ଉକ୍ତ ଚୋରି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ଅଞ୍ଚଳକୁ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଯାଇ ଛାନଭିନ୍ କରୁଥିବା ଜଣାପଡିଛି ।

ସୂଚନାଥାଉକି ଉକ୍ତ ଅଞ୍ଚଳରେ ଛୋଟଛୋଟ ଚୋରି ଘଟଣା ଘଟୁଥିଲେ ମଧ୍ୟ ଏପରି ଚାରି ଚକିଆ ଯାନ ଚୋରି ହେବା ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଲୋକେ ଆଉ ନିଜ ଧନଜୀବନ ସୁରକ୍ଷିତ ମଣୁ ନଥିବା ବେଳେ ପୁଲିସ୍ ପେଟ୍ରୋଲିଂ କରାଯିବା ପାଇଁ ଦାବୀ କରୁଛନ୍ତି । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

ବିଜେପି ପ୍ରାର୍ଥୀନୀ ସୋନିଆ ଜୈନ ଜିତିଲେ ଖରୀଆର ରୋଡ ପୌର ପରିଷଦ

Sunil Chandra Nayak

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!