ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଚିଆଠାରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଟେମରି (ମ ନି ସ):୨୫/୦୮ ଗତକାଲି ଗୋଲାମୁଣ୍ଡା ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ବୃନ୍ଦାବାହାଲ ସେକ୍ଟରର ଟେମରି ,ଧାମନପୁର, ଚିଚିଆ, ଦଶପୁର, ଓ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଚିଚିଆ ଗ୍ରାମର ବଜାର ପଡିଆ ଶିବ ମନ୍ଦିର ପାଖରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ପାଲାଗାୟକ ଶୋଭବନ ଭାଟି ଓ ତାଙ୍କ ସାଥୀମାନେ ପୋଷଣ ବିଷୟରେ ପାଲା ନୃତ୍ୟ ପରିବେଷଣ କରିଥିଲେ । ଗର୍ଭବତୀ ମାଁମାନେ ଓ ପ୍ରସୂତି ମାଁ ମାନେ କିପରି ପୋଷଣ ଅଭାବରୁ ସଚେତନ ହେବେ ସେହି ବିଷୟରେ ସୁନ୍ଦର ଭାବରେ ପାଲାଗାୟକ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ।ଏଥିରେ ବୃନ୍ଦାବାହାଲ ସେକ୍ଟର ସୁପରଭାଇଜର ଯଶୋବନ୍ତି ନାଏକ , ପୋଷଣ ଅଧିକାରୀ ହିମାଂଶୁ ମହାଶୟ, ହସ୍ତା ଦୀପ, ହସ୍ତିନା ମଙ୍ଗରାଜ, ବିଳାସ ଭୋଇ, ଅମ୍ବିକା ଜଗତ,ଯଜ୍ଞାସେନି ପଟେଲ, ଡୁଲେଶ୍ୱରୀ ମଙ୍ଗରାଜ, ପୂଜା ସେଠୀ, ଅମ୍ବିକା ବାଗ, ଯମୁନା ବାଗ, ଭାରତୀ ରାଉତ, ମମି ଧରୁଆ, ଦିପାଲୀ ରାଉତ, କୁମୁଦିନୀ ରାଉତ, ଉଲପି ବନ୍ଦିଛୋଡ, ପ୍ରବିତା ସତନାମୀ, ବିଗୁଲ ସେନାପତି, ମମି ଧରୁଆ, ମିନା ନିଆଲ, ସସ୍ମିତା ସୁନାନୀ, ଲିପିମଣୀ ସାହୁ, ଝିଲି ସା, ସମେତ ଅନ୍ୟାନ୍ୟ ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ଯୋଗଦେଇଥିଲେ ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ , ଜିଲ୍ଲାରେ ଏମ ରାମପୁର ଏବଂ କେସିଙ୍ଗା ଠାରେ ଦେୱାନି ଜଜ୍ ତଥା ଅତିରିକ୍ତ ଦେୱାନି ଜଜ୍  କୋର୍ଟ ର ନୂତନ କୋଠାର ଶୁଭ ଉଦଘାଟନ

Sunil Chandra Nayak

ଖେଳ ପଡିଆ ପାଇଁ ଜାଗା ପ୍ରଦାନ ଦାବିରେ ଧର୍ମଗଡ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!