ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରଯାନ -୩ ଅନ୍ୟତମ ମଙ୍ଗୁଆଳ ଭୁବନ ମାଟିର ଡ.ଶରତ ଦାଶ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

ଢେ଼ଙ୍କାନାଳ(ମ ନି ସ)୨୪.୮- ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ଚନ୍ଦ୍ରଯାନ-୩ ଲ୍ୟାଣ୍ଡର କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ନିରାପଦ ଅବତରଣ କରି ଇତିହାସ ରହିଛି । ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୂରେ ଅବତରଣ କରିଛି ଭାରତ । ଏଥିପାଇଁ ସାରା ବିଶ୍ବରୁ ଅଭିନନ୍ଦନ ଓ ପ୍ରଶଂସା ର ସୁଅ ଛୁଟିଛି। ସବୁରି ମୁହଁରେ ଭାରତୀୟ ବୈଜ୍ଞାନିକଙ୍କ ଭୂରି ଭୂରି ପ୍ରଶଂସା । ଚନ୍ଦ୍ରଯାନ -୩ ର ସଫଳତା ପାଇଁ ଯେଉଁ ବୈଜ୍ଞାନିକ ମାନେ ମଙ୍ଗ ଧରିଥିଲେ ସେଥିମଧ୍ୟରୁ ଡଃ. ଶରତ ଦାଶ ଅନ୍ୟତମ । ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ଦାଶ ଓ ସୁଲୋଚନା ଦାଶ ଙ୍କ ବଡ଼ ପୁଅ ହେଉଛନ୍ତି ଶରତ ଦାଶ। ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ। ତାଙ୍କ ବାପା ଗୋବିନ୍ଦ ଚନ୍ଦ୍ର ଦାଶ କୋଇଲା ଖଣି ର ପଦସ୍ଥ ଅଧିକାରୀ ଭାବେ ଏବେ ତାଳଚେର ଅଧିବାସୀ । ଚନ୍ଦ୍ରଯାନ -୩ ଟିମ୍ ଡ.ଶରତ ଦାଶ ଭୁବନ କୁ ଗୌରବ ଆଣି ଦେଇଥିବାରୁ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଏନ୍ ଏ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ସାଂସଦ ମହେଶ ସାହୁ ଙ୍କ ସମେତ ବିଭିନ୍ନ ମହଲରୁ ଶରତ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ 

Related posts

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ଶ୍ରମ କୋଡ଼ ଲାଗୁ ବିରୁଦ୍ଧରେ ମିଳିତ ମଞ୍ଚର ଗଣବିକ୍ଷୋଭ

Sunil Chandra Nayak

ବିଧାୟକଙ୍କ ହସ୍ତକ୍ଷେପ ଫଳରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟର ନବୀକରଣ ଆରମ୍ଭ

Leave a Comment

error: Content is protected !!