ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଲାଗିଲା ଖାକିରେ କଳଙ୍କର ଛିଟା

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଲେ ପୋଲିସ ଏ.ଏସ୍.ଆଇ

ଭବାନୀପାଟଣା,୨୨|୩():ପୁଣି ଖାକିରେ କଳଙ୍କର ଛିଟା।୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥୁଆମୂଳ ରାମପୁର ଥାନାର ଏ.ଏସ୍.ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ।ମଙ୍ଗଳବାର ଭିଜିଲାନ୍ସ ଭବାନୀପାଟଣା ବସ୍ ଷ୍ଟାଣ୍ଡ ଠାରେ ଲାଲ୍ ହାତରେ ଏ.ଏସ୍.ଆଇ ଶ୍ରୀ ପଟ୍ଟନାୟକଙ୍କୁ ଧରିଛି।ଗତ ୧୫ ତାରିଖରେ ଲୋହରାଯୋର୍ ଗ୍ରାମର ପବିତ୍ର ନାଏକ ଘରକୁ ଯାଇ ତୁ ଭାଟି ମଦ ନ ବିକି ହାତରନ୍ଧା ମଦ କାହିଁକି ବିକ୍ରି କରୁଛୁ ବୋଲି ପବିତ୍ରକୁ କହିଥିଲେ।ଏବଂ ପବିତ୍ର ର ଘରେ ଥିବା ମଦ ଜବତ କରିଥିଲେ।କାଲିକି ଥାନାକୁ ଆସିବାକୁ କହିଥିଲେ।ଏ.ଏସ୍.ଆଇ ଶ୍ରୀ ପଟ୍ଟନାୟକ ଙ୍କ କହିବା ଅନୁଯାୟୀ ପବିତ୍ର ୧୬ ତାରିଖ ଦିନ ଥାନାକୁ ଆସିଥିଲା।ସେଠାରୁ ଏ.ଏସ୍.ଆଇ ଶ୍ରୀ ପଟ୍ଟନାୟକ ତାଙ୍କ ଘରକୁ ଡାକିନେଇଥିଲେ।ଏବଂ ସେଠାରେ ଏହି ଘଟଣାକୁ ରଫାଦଫା କରିବା ପାଇଁ ୭ ହଜାର ଟଙ୍କା ଦେବାକୁ କହିଥିଲେ।ପବିତ୍ର ୭ହଜାର ଟଙ୍କା ଦେବାରେ ସକ୍ଷମ ନଥିବା କଥା ପ୍ରକାଶ କରିଥିଲା।ପରେ ୬ ହଜାର ଟଙ୍କା ଦେବାକୁ ପବିତ୍ର କୁ କହିଥିଲେ ଏ.ଏସ୍.ଆଇ ଜଣକ।ମୋତେ ପୌର ନିର୍ବାଚନ ପାଇଁ ଭବାନୀପାଟଣା ଡ୍ୟୁଟି ପଡିଛି ତୁ ମଙ୍ଗଳବାର ଭବାନୀପାଟଣା ଆସି ମୋତେ ୬ହଜାର ଟଙ୍କା ଦେବୁ ବୋଲି ପବିତ୍ର କୁ କହିଥିଲେ।ଏହାପରେ ପବିତ୍ର ଏହି ଲାଞ୍ଚ ସମ୍ବନ୍ଧୀୟ ଘଟଣା ନେଇ ଭିଜିଲାନ୍ସ ସହିତ ଯୋଗାଯୋଗ କରିଥିଲା।ଭବାନୀପାଟଣା ବସ୍ ଷ୍ଟାଣ୍ଡରେ ପବିତ୍ର ନାଏକ ଏ.ଏସ୍.ଆଇ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ୬ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୁର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ଏ.ଏସ୍.ଆଇ ପଟ୍ଟନାୟକଙ୍କୁ ଲାଲ୍ ହାତରେ ଧରି ଅଟକ ରଖିଛି।ବର୍ତ୍ତମାନ ଏ.ଏସ୍.ଆଇ ଶ୍ରୀ ପଟ୍ଟନାୟକ ଙ୍କ ଭବାନୀପାଟଣା ସହର ର ରାମସାଗର ପଡାରେ ଥିବା ନିଜ ବାସଭବନକୁ ଭିଜିଲାନ୍ସ ବିଭାଗ ତଲାସୀ ଚଳାଇଛି।

ମଙ୍ଗଳବାର ଏହି ଚଢ଼ାଉରେ କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଣିଙ୍କ ନେତୃତ୍ବର ଉଭୟ କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ପକ୍ଷରୁ ଇନ୍ସପେକ୍ଟର ପ୍ରମିଳା ସୁନା,ଏ.ଏସ୍.ଆଇ ସରୋଜ ବେହେରା,ଏ.ଏସ୍.ଆଇ ବିଦ୍ୟାଧର ବେହେରା ଏବଂ କନଷ୍ଟେବଲ ରାଜେଶ ନାଏକ ଙ୍କ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୨/୭/୨୦୨୦ ତାରିଖରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନାରେ ସେହି ସମୟରେ କାର୍ଯ୍ୟରତ ଥିବା ଏ.ଏ୍‌ସ.ଆଇ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ହୋଇଥିଲା ।ଯାହାକୁ ନେଇ କଳାହାଣ୍ଡି ଏସ୍‌ପି ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଅଭିଯୋଗ ସତ ପ୍ରମାଣ ହେବାପରେ ସମ୍ପୃକ୍ତ ପୋଲିସ ଏଏସ୍‌ଆଇ ରମେଶ ପଟ୍ଟନାୟକ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଆମପାଣି ଥାନାରେ ଜମିବାଡ଼ି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା।ଏହି ମାମଲାକୁ ନେଇ ସମ୍ପୃକ୍ତ ଅଭିଯୋଗ କାରୀ ଙ୍କ ନିକଟକୁ ମୋ ସରକାର ରୁ ଫୋନ ଆସିଥିଲା।ବ୍ୟକ୍ତି ଜଣକ ମାମଲା ରଫାଦଫା ପାଇଁ ଏଏସ୍‌ଆଇ ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ମ ନି ସ 

Related posts

କାୟାକଳ୍ପ – 2021-22 , ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ବାଲେଶ୍ବର – ମନୋଜ କୁମାର ରଣାଙ୍କୁ ଜୀବନରୁ ମାରିଦେବାର ଧମକ

Leave a Comment

error: Content is protected !!