ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଜ୍ୟୋତ୍ସ୍ନା

ଜ୍ୟୋତ୍ସ୍ନା

 

ନଳିନୀ ପ୍ରଭା ମିଶ୍ର

 

ଜ୍ୟୋତ୍ସ୍ନା ଗୋ! ତୁମେ ଚାନ୍ଦ୍ର

  ନିଶିର ଅପରୂପ ଏକ କାୟା

ବିଦଗ୍ଧ ପରାଣେ ବେପଥୁ ପରଶେ

  ଆଣି ଥାଅ କେତେ ମାୟା।

ଭାବ ବିହ୍ଵଳିତ ଏ ମନ ପରାଣ

   ଆତ୍ମ ହରା ହୁଏ କବି

ଜ୍ୟୋତ୍ସ୍ନାୟିତ ନିଶି ପୁହାଏ 

  ସେ ବସି ଆଙ୍କିଯାଏ ତୁମ ଛବି।

ଭୂମି ଠାରୁ ଭୁମା ପରିବ୍ୟାପ୍ତ ତୁମେ

  ରଜତ କୋରକ ସାଥେ

ଚୁମି ଚୁମି ଯାଅ ଏ ଧରା ଅଙ୍ଗନ

   ପ୍ରୀତି ର ଜୁଆର ସାଥେ।

ତୁମ ପରଶ ରେ ସାଗର ଉତ୍କୀର୍ଣ୍ଣ

   ଉତଥିତ ଜୁଆର ବଳ

ଉଛୁଳା ଯୋୖଵନ ଅମାନିଆ ମନ

  ଲଘିଂ ଯାଇ ଥାଏ କୁଳ।

ଏ ଧରଣୀ ରାଣୀ ତୁମରି ପରଶେ

   ହୋଇଥାଏ ଶୋଭାବନ

  ମୁକୁଳା ତନୁରେ ଶିହରଣ ଭରି

    କର ଇ ଅବଗାହନ।

ଜୀବନ ଯମୁନା ନ ମାନେ ଆକଟ

  ନୈଶ ର ରତି ପାଇଁ

ମିଳନ ସମ୍ଭୋଗେ ସହକାର

  ତଳେ ରାଜ ଜେମା ଥାଏ ଚାହିଁ।

ତୁମେ ଗୋ! ଜ୍ୟୋତ୍ସ୍ନା ମନ୍ଦ ସମୀରେ

   ଅପରୂପ ଶୋଭା ଧରି

ବଢାଇ ଦିଅ ଗୋ! ରୂପ ପସରାରେ

   ପୂର୍ଣ୍ଣିମା ବିଭାବରୀ।

ରାକା ରଜନୀର ଶୋଭା ବିବର୍ଦ୍ଧିନୀ

   ଜ୍ୟୋତ୍ସ୍ନା ଗୋ! ତୁମେ ଦୀପ୍ତ

ତୁମରି ସ୍ପର୍ଶ ରେ ଏ ମନ ପରାଣ

    ହୋଇଯାଏ ସମ୍ମୋହିତ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

କଳାହାଣ୍ଡି ର ନାଁ ରଖିଲେ ଜୟରାମ – ୧୦୦ ମିଟର ଦୌଡରେ ରୋପ୍ଯ ପଦକ ହାସଲ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଅମିନ ସଂଘ ଢେଙ୍କାନାଳ ର ଜିଲ୍ଲା ସ୍ତରୀୟ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!