ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଜ୍ୟୋତ୍ସ୍ନା

ଜ୍ୟୋତ୍ସ୍ନା

 

ନଳିନୀ ପ୍ରଭା ମିଶ୍ର

 

ଜ୍ୟୋତ୍ସ୍ନା ଗୋ! ତୁମେ ଚାନ୍ଦ୍ର

  ନିଶିର ଅପରୂପ ଏକ କାୟା

ବିଦଗ୍ଧ ପରାଣେ ବେପଥୁ ପରଶେ

  ଆଣି ଥାଅ କେତେ ମାୟା।

ଭାବ ବିହ୍ଵଳିତ ଏ ମନ ପରାଣ

   ଆତ୍ମ ହରା ହୁଏ କବି

ଜ୍ୟୋତ୍ସ୍ନାୟିତ ନିଶି ପୁହାଏ 

  ସେ ବସି ଆଙ୍କିଯାଏ ତୁମ ଛବି।

ଭୂମି ଠାରୁ ଭୁମା ପରିବ୍ୟାପ୍ତ ତୁମେ

  ରଜତ କୋରକ ସାଥେ

ଚୁମି ଚୁମି ଯାଅ ଏ ଧରା ଅଙ୍ଗନ

   ପ୍ରୀତି ର ଜୁଆର ସାଥେ।

ତୁମ ପରଶ ରେ ସାଗର ଉତ୍କୀର୍ଣ୍ଣ

   ଉତଥିତ ଜୁଆର ବଳ

ଉଛୁଳା ଯୋୖଵନ ଅମାନିଆ ମନ

  ଲଘିଂ ଯାଇ ଥାଏ କୁଳ।

ଏ ଧରଣୀ ରାଣୀ ତୁମରି ପରଶେ

   ହୋଇଥାଏ ଶୋଭାବନ

  ମୁକୁଳା ତନୁରେ ଶିହରଣ ଭରି

    କର ଇ ଅବଗାହନ।

ଜୀବନ ଯମୁନା ନ ମାନେ ଆକଟ

  ନୈଶ ର ରତି ପାଇଁ

ମିଳନ ସମ୍ଭୋଗେ ସହକାର

  ତଳେ ରାଜ ଜେମା ଥାଏ ଚାହିଁ।

ତୁମେ ଗୋ! ଜ୍ୟୋତ୍ସ୍ନା ମନ୍ଦ ସମୀରେ

   ଅପରୂପ ଶୋଭା ଧରି

ବଢାଇ ଦିଅ ଗୋ! ରୂପ ପସରାରେ

   ପୂର୍ଣ୍ଣିମା ବିଭାବରୀ।

ରାକା ରଜନୀର ଶୋଭା ବିବର୍ଦ୍ଧିନୀ

   ଜ୍ୟୋତ୍ସ୍ନା ଗୋ! ତୁମେ ଦୀପ୍ତ

ତୁମରି ସ୍ପର୍ଶ ରେ ଏ ମନ ପରାଣ

    ହୋଇଯାଏ ସମ୍ମୋହିତ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ଭେଜିଆ ଶିବ ମନ୍ଦିର ନିକଟରେ ଓଲଟିଲା ରୁନି ନାମକ ଯାତ୍ରୀ ବାହି ବସ,୪ରୁ ଅଧିକ ଆହତ

Sunil Chandra Nayak

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ  

Sunil Chandra Nayak

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ

Sunil Chandra Nayak

Leave a Comment

error: Content is protected !!