ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରାକ୍ଟର ଧକାରେ ବୃଦ୍ଧ ମୃତ 

ଗୋଳାମୁଣ୍ଡା/୨୬/୮/ନିର୍ଭୟ, ନିରପେକ୍ଷ ମସିହା//କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ତୁରେଛଡ଼ା ଗ୍ରାମରେ ଟ୍ରାକ୍ଟର ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛି ତୁରେଛଡ଼ା ଗ୍ରାମର ଗବରମେଣ୍ଟ ଛୁରା (ଗୋବର୍ଦ୍ଧନ) ୫୫ । ସୂଚନାରୁ ପ୍ରକାଶ ଘାସିରାମ ସୁନାନୀଙ୍କ ନୂତନ କରି ଫାଇନାନ୍ସ କରିଥିବା ମହିନ୍ଦ୍ରା ଟ୍ରାକ୍ଟର ନିଜ ଘର ପାଖରେ ଠିଆ ହୋଇଥିବା ସମୟରେ ପାଖରେ ବୃଦ୍ଧ ଜଣକ ବସିଥିଲେ । ଏହି ସମୟରେ ଡ୍ରାଇଭର ପ୍ରଦୀପ କୁମାର ମାଝୀ (୧୫) ଆସି ଗାଡି ପଛପଟ ନେଇ ଫେରାଉଥିବା ବେଳେ ବୃଦ୍ଧଙ୍କ ଉପରେ ଚକ ଚଢି ଯାଇଥିଲା । ବୃଦ୍ଧ ଅତି ଗୁରୁତର ହେବାଦେଖି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଚିକିତ୍ସାଲୟକୁ ନେଉଥିବା ବେଳେ ରାସ୍ତାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚପରିଆକୁ ଫେରାଇ ଆଣିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତକର ପୁଅ ବଳରାମ ଛୁରା ଆଜି ସକାଲେ କେଗାଁ ଥାନାରେ ଲିଖିତ ଅଭିଯୋଗ କଲାପରେ କେଗାଁ ଥାନା ଆଇ ଆଇ ସି ମକୁନ୍ଦଦେବ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏପଟେ କେଗାଁ ପୋଲିସ ୧୫୭/୨୩ରେ କେଶ ରୁଜୁ କରି ୨୭୯,୩୦୪ ଧାରା ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଜାରି ରଖିଛି କେଗାଁ ପୋଲିସ । ଖବର ଲେଖା ପର୍ଯ୍ୟନ୍ତ ଟ୍ରାକ୍ଟରଟି ପୋଲିସ ଜବତ କରି ନ ଥିବା ଜଣାପଡିଛି ।

ଗୋଲାମୁଣ୍ଡା ରୁ ରାମକୁମାର ସେନାପତିଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବିବାହର ମିଥ୍ୟା ପ୍ରତିଶୃତି ଦେଇ ବିଧବାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୁକ୍ତ ଗିରଫ

Sunil Chandra Nayak

ଶିମିଳିପାଳ ଅଭୟାରଣ୍ୟରେ ସଶସ୍ତ୍ର ଜଙ୍ଗଲ ମାଫିଆଙ୍କ ଗୁଳିରେ ନିରସ୍ତ୍ର ଲାଠି ଧାରି ବନ ବିଭାଗର ମୁଣ୍ଡ ଗଡିଲା ; ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Sunil Chandra Nayak

ବନ୍ଧୁଗାଁ ଓ ନାରାୟଣ ପାଟଣାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ

Sunil Chandra Nayak

Leave a Comment

error: Content is protected !!