ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ :ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ପାଇଁ ଦାବୀ 

କନ୍ଧମାଳ,26/08/23:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମ ହଷ୍ଟେଲ ରେ ରହୁଥିବା ୬ଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ ର ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶନିବାର ମଧ୍ୟାହ୍ନରେ ପିଲାଟି ହଠାତ ଅଚେତ ହୋଇ ଯାଇଥିଲା, ନିକଟରେ ଥିବା ଅନ୍ୟ ଛାତ୍ର ମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଳୟ ରେ ପହଞ୍ଚିବା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଥିବା ବିଷୟ ଡାକ୍ତର ପ୍ରକାଶ କରିଥିଲେ । ମୃତ ଛାତ୍ର ଜଣକର ଘର କୋଟଗଡ ବ୍ଲକ ଓରା କଲୋନୀ ସାହିର ଶ୍ରୀ ନାୟକ ଙ୍କ ତିନି ଝିଅ ରେ ଏକ ମାତ୍ର ପୁଅ ହୋଇ ଥିବାରୁ ସମଗ୍ର ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି । ଏପରି ପୂର୍ବରୁ ମଧ୍ୟ ବିଭିନ୍ନ ସେବଶ୍ରମ ଗୁଡିକ ରେ ଛାତ୍ର ଛାତ୍ରୀ ମୃତ୍ୟୁ ଘଟିବା, ଖାଦ୍ୟପେୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଛାତ୍ର ଛାତ୍ରୀ ଆଶ୍ରମ ଛାଡି ପଳାଇବା ଭଳି ବିଭିନ୍ନ ଅରାଜକତା ଘଟଣା ଲୋକ ଲୋଚନ କୁ ଆସିବା ପରେ ଅଭିଭାବକ ମାନେ ଆଶ୍ରମ ବିଦ୍ୟାଳୟ ରେ ନିଜ ପିଲା ମାନଙ୍କୁ ପାଠ ପଢିବା ପାଇଁ ଛାଡିବା ଉଚିତ ମନେ କରୁନାହାନ୍ତି l ଏଣୁ ଅଞ୍ଚଳ ବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ତଦନ୍ତ ଦାବୀ କରିଛନ୍ତି l ଖବର ପାଇ ବାଲିଗୁଡା ବ୍ଲକ ମଙ୍ଗଳ ଅଧିକାରୀ ଦିବେଦ ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ତଦାରଖ କରୁଛନ୍ତି l ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ ଙ୍କୁ ପଚାରିବାରୁ ସେ କିଛି ନ କହି ଘଟଣା ସ୍ଥଳରୁ ଚାଲି ଯାଇଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Sunil Chandra Nayak

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
 ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା।ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ

Sunil Chandra Nayak

Leave a Comment

error: Content is protected !!