ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଯୋଜନା କାହାପାଇଁ ,ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ବେସାହାରା ଭୁଜବଲ

ଚିଲିଗୁଡା ( ମ ନି ସ) କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଘର ନ ଥିବା ନିରୀହ ଗରିବ ଶ୍ରେଣୀର ଲୋକଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦିଆଯିବ ବୋଲି ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଦିଡିମ୍ବ ପୁଟୁଥିବା ବେଳେ ଅନେକ ଘର ହୀନ ,ଗରିବ ଖଟିଖିଆ ଶ୍ରେଣୀର ଲୋକମାନେ ଏହି ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ।ଅନେକ ଥର ଘର ଖଣ୍ଡିଏ ମିଳିବା ଆଶା ନେଇ ପଞ୍ଚାୟତ କାର୍ଯ୍ୟଳୟ ରୁ ଆରମ୍ଭ କରି ବ୍ଲକ କାର୍ଯ୍ୟଳୟ ପ୍ରଯ୍ୟନ୍ତ ଦୌଡୁଛନ୍ତି ।ତଥାପି ସେମାନଙ୍କୁ ନିରାଶ ହେବାକୁ ପଡୁଛି ।ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ମିଳୁନି ଘର ।ଲୋକ ପ୍ରତିନିଧି ମାନଙ୍କୁ କହି କହି ନିରାଶ ହେବାକୁ ପଡୁଛି କେବଳ ମିଳୁଛି ପ୍ରତିଶୃତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମ ପଂଚାୟତର ତାଳପଦର ଗ୍ରାମର ଭୁଜବଲ ଶଗଡିଆ ଙ୍କ ଠାରେ ।ଗତ କିଛି ଦିନ ତଳେ ପ୍ରବଳ ବର୍ଷା ଯୋଗୁଁ ଭୁଜବଲ ଶଗଡ଼ିଆଙ୍କ ଘର ଭାଙ୍ଗି ଯାଇଛି ।ଘର ଭାଙ୍ଗି ଯାଇଥିବା ବେଳେ ଏବେ ପରିବାରର ୬ ପ୍ରାଣୀ ବହୁତ ଅସୁବିଧାରେ ରହୁଥିବା ଜଣା ପଡ଼ିଛି ।ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ରହିଥିବା ବେଳେ ଘର ଖଣ୍ଡିଏ ତୋଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।ଜମି ବାଡ଼ି ବୋଲି କିଛି ନାହିଁ କୁଳି ମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି ।ଏବେ ଘର ର ଅବସ୍ଥା ଠିକ ନ ଥିବାରୁ ପୁଅ ଝିଅ ଙ୍କ ପାଠ ପଢ଼ାରେ ମଧ୍ୟ ଅସୁବିଧା ଦେଖା ଦେଇଛି ।ଚାଲ ଛପର ଘର ପୁଣି ପଲି ଥିନ ଘୋଡାଇ ପରିବାର ଲୋକେ ଆଶ୍ରୟ ନେଇଥିଲେ ।ତାହା ମଧ୍ୟ ଭାଙ୍ଗି ଯିବାରୁ ଏବେ ନିରୁପାୟ ଭୁଜବଲ ।ଦୀର୍ଘ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ ବୋଲି ଦୁଃଖର ସହିତ ସେ ପ୍ରକାଶ କରିଛନ୍ତି ।ଏଣୁ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରି ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଚିଚୈଗୁଡା ସରକାରୀ ହାଇସ୍କୁଲରେ ପି.ଏମ୍.ଶ୍ରୀ ବାର୍ଷିକ କ୍ରୀଡା

masiha

ବିଡମ୍ବନା !!  କୁମ୍ଭାରୀ ଗ୍ରାମର ସର୍ଵ ସାଧାରଣ ରାସ୍ତାରେ ଖେଳୁଛି ହଂସ 

Sunil Chandra Nayak

ବିଜାତଳା ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠାନ

masiha

Leave a Comment

error: Content is protected !!