ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବୁଟିଆଗୁଡାରେ ବିଜେଡି ର ମିଶ୍ରଣ ସଭା

ଡାବୁଗାଁ, ୩୧/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ବୁଟିଆଗୁଡା ଗ୍ରାମର ସିବା ମନ୍ଦିର ପ୍ରାଙ୍ଗଣରେ ବ୍ଲକ ବିଜେଡି ତରଫରୁ ଗୁରୁବାର ଏକ ମିଶ୍ରଣ ସଭା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନହୋର ରନ୍ଧାରୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକ ପାତ କରିବା ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ଜନକଲ୍ୟାଣ କରି କାର୍ଯ୍ୟକ୍ରମ ଉପରେ କହିଥିଲେ | ଶେଷରେ କଂଗ୍ରେସ ଓ ବିଜେପି ଦଳ ଛାଡି ବୁଟିଆଗୁଡା ଗ୍ରାମର ୪୦ ଜଣ ଯୁବକ ବିଜେଡି ଦଳ ରେ ସାମିଲ ହୋଇଥିଲେ । ସମସ୍ତ ଯୁବକ ମାନଙ୍କୁ ଡାବୁଗାଁ ବ୍ଲକ ବିଜୁଜନତା ଦଳ ତରଫରୁ ସ୍ଵାଗତ କରଯାଇଥିଲା |ଏହି ସଭାରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ମେଦନା ସରପଞ୍ଚ ସୁମିତ୍ରା ମାଝି, ହିରେଣ୍ୟ ମାଝି, ଶିବ ପ୍ରସାଦ ମାଝି ଓ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

masiha

ବନ୍ଧମୁଣ୍ଡାରେ ଭାଜପା ପ୍ରତିଷ୍ଠା ଦିବସରେ ସେବା କାର୍ଯ୍ୟକ୍ରମ ଓ ମିଷ୍ଟାନ୍ନ ବଣ୍ଟନ 

Sunil Chandra Nayak

କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ଉଦ୍ୟେଶ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!