ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ ପୋଡ଼ାଗୁଡା ପଂଚାୟତକୁ ମରୁଡି ଘୋଷଣା କର, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ଚାଷି

କୋକସରା,୨୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ କାରଣରୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି। ବ୍ଲକର ଅନେକ ପଞ୍ଚାୟତରେ ମରୁଡି ସ୍ଥିତି ଜଟିଳ ରୂପ ଧାରଣ କରିଥିବା ବେଳେ ବ୍ଲକର ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ମରୁଡି ସ୍ଥିତି ସଙ୍ଗିନ ରହିଛି। ସୋମବାର ଏହି ପଞ୍ଚାୟତର ଶତାଧିକ ଚାଷୀମାନେ ଏକତ୍ରିତ ହୋଇ ପଞ୍ଚାୟତକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ସହ ୭ ଦଫା ନେଇ ଦାବିପତ୍ର କୋକସରା ଅତିରିକ୍ତ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ବଡ଼ ପୋଡ଼ାଗୁଡା ପଞ୍ଚାୟତ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବା ବେଳେ ଜଳସେଚନର କୌଣସି ସୁବିଧା ନାହିଁ । ପଞ୍ଚାୟତର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବେଳେ ଅନାବୃଷ୍ଟି ଚାଷିଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଚାଷ ହେବା ନେଇ ଆଗକୁ ଆଉ କିଛି ଆଶା ଭରସା ନାହିଁ । ମରୁଡି ଘୋଷଣା ବ୍ୟତୀତ ପଞ୍ଚାୟତକୁ ମରୁଡି କବଲରୁ ସ୍ଥାୟୀ ସମାଧାନ କରିବା ପାଇଁ ଜତାଖଳିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଜଳସେଚନ ପାଇଁ ନିକଟରେ ଥିବା ଚନ୍ଦନ ଘାଟି ହୁଡାକୁ ଭାଙ୍ଗି କ୍ରସବନ୍ଧ ନିର୍ମାଣ କରି କେନାଲ ମାଧ୍ୟମରେ ଜଳସେଚନ କରାଯାଉ, ଛୋଟଚାଷୀଙ୍କୁ ଗଭୀର ନଳକୂପ ଦିଆଯାଉ, ପଞ୍ଚାୟତର ଜମି ବନ୍ଦୋବସ୍ତ ସହ ଅନ ଲାଇନ ଆର ଓ ଆର ସହ ମ୍ୟୁଟେସନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା, ସର୍ଗିଗୁଡ଼ା, ରଏନଗୁଡା, ବାବେକୋହରା, ତଲାଗାଁ, ଭାଳିଆଯୋର, ତେଲିଗୁଡା, ଦାବ୍ରି ଗୁଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ, ବଡ଼ ପୋଡ଼ାଗୁଡା ଠାରେ ଆର.ଆଇ କାର୍ଯ୍ୟାଳୟ ଓ ପଶୁ ଚିକିତ୍ସାଳୟ ନିର୍ମାଣ କରିବା, ପୁରଣା ଏଲ ଆଇ ପଏଣ୍ଟ ଗୁଡିକ ମରାମତି କରି ନୂତନ ଏଲ ଆଇ ପଏଣ୍ଟ ସ୍ଥାପନ ଚାଷୀଙ୍କ ବିଦ୍ୟୁତ ଶୁଳ୍କ ଛାଡ଼ କରାଯାଉ, ପୋଡ଼ାଗୁଡା ଗ୍ରାମକୁ ମୋଡେଲ ଗ୍ରାମ ଘୋଷଣା କାରାଯାଉ ବୋଳି ଦାବି କରାଯାଇଛି। ଚାଷି ମାନେ ଏକ ଶୋଭାଯାତ୍ରାରେ ଆସି କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ କୃଷକ ମଞ୍ଚର ସଭାପତି ଟଙ୍କଧର ପୁଝାରି ,ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ, ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, ମନୋଜ କୁମାର ଦାସ, ଗୋବର୍ଦ୍ଧନ ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ଧନବଲ ମାଝୀ, ପରକ୍ଷିତ ବେଶ୍ରା, ଧନୁ ଦୁର୍ଗା, ବିମଲ ଦାସ, କୃଷ୍ଣଚନ୍ଦ୍ର ନାଏକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସମସ୍ତ ଦାବି ପୂରଣ କରନ୍ତୁ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ କଲେ ବ୍ଲକ ଉପାଧ୍ୟକ୍ଷ ଓ ଅଧିକାରୀ

Sunil Chandra Nayak

Honorary Doctorate ସମ୍ମାନ ପାଇଲେ ଅଧ୍ଯାପିକା ସ୍ବାଗତିକା ସାହୁ

masiha

ଅନ୍ତରା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝଲସିଲା ସ୍କୁଲ ପଡିଆ

masiha

Leave a Comment

error: Content is protected !!