ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ -30/08-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତାପାଳୀ ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ସର୍ବପ୍ରଥମେ ବାବା ଖଗେଶ୍ବର ବାନ ପ୍ରସ୍ତି ଓ ବ୍ରହ୍ମଚାରୀ ଆଦିତ୍ୟ ଙ୍କ ଦ୍ଵାରା ଗୋପୁଜନ ଓ ଗୋ ରକ୍ଷା ବନ୍ଧନ, ଅତିଥି ମାନଙ୍କ ଦ୍ଵାରା ଗୋସେବକ, ସେବିକା ମାନଙ୍କୁ ସମ୍ବର୍ଦ୍ଧିତ, ବୃକ୍ଷ ରକ୍ଷା ବନ୍ଧନ ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ସୋଇଥିଲା l ଏଥିରେ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ ଙ୍କ ସଭାପତିତ୍ବ ଓ ସମ୍ପାଦକ କୃତିବାସ ପଳିଆ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କଳା ଓ ସଂସ୍କୃତି ପରିଷଦ , ଓଡ଼ିଶା ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ବିଶିଷ୍ଟ ଅତିଥି ଭାବେ ପରିବେଶବିତ୍ତ୍ ତଥା ଅଧ୍ୟାପକ ଡ. ପ୍ରବୀର କୁମାର ଦାସ, ମୁଖ୍ୟବକ୍ତା ଭାବେ ପ୍ରବକ୍ତା ବ୍ରହ୍ମଚାରୀ ଆଦିତ୍ୟ,ସମ୍ମାନିତ ଅତିଥି ଭାବେ ସାମୀକିକ କର୍ମୀ କେଦାରନାଥ ସାହୁ, ପୁର୍ବତନ ସରପଞ୍ଚ ସଂଘ ଜିଲ୍ଲା ସଭାପତି ବିଦ୍ୟାଧର ସ୍ୱାଇଁ, ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ସାମାଜିକ କର୍ମୀ ତଥା ଯୁବ ମହାସଂଘ ସମ୍ପାଦକ ଶରତ ପ୍ରଧାନ, ପିସ୍ ପୂଲ୍ ସୋଷାଇଟି ସମ୍ପାଦିକା ମଞ୍ଜୁଲତା ଦାସ, ପ୍ରଜ୍ଞାନ ମିଶନ ବୌଦ୍ଧ ଜିଲ୍ଲା ର ସୋମିତ୍ରି ପ୍ରାସାଦ ପଲିଆ, ଓ ପ୍ରାଣବନ୍ଧୁ ମହାପାତ୍ର ପ୍ରମୁଖ ଯୋଗଦେଇ ଗୋସୁରକ୍ଷା ଓ ଗୋ ଆଧାରିତ ଜିବିକା ଊପରେ ବକ୍ତବ୍ୟ ରଖିଥିଲେ l ଆସନ୍ତା ଦିନରେ ଗୋଶାଳା ରେ ବିଭିନ୍ନ ଉତ୍ସବ ପାଳନ କରିବା ସହିତ ଏକ ରାଜ୍ୟ ସ୍ତରୀୟ ଗୋ ଆଧାରିତ ଦୋଲ ମହୋତ୍ସବ ଆୟୋଜନ ପାଇଁ ମୂଖ୍ୟ ଅତିଥି ପ୍ରସ୍ତାବ ରଖିଥିଲେ l ବୌଦ୍ଧ ଜିଲ୍ଲା ରେ ଥିବା ଗୋପା, ମଥୁରା,ବୃନ୍ଦାବନ,, ରାଧାନଗର୍, କୃଷ୍ଣ ମୋହନ ପୁର,, ହରେକୃଷ୍ଣ ପୁର ଇତ୍ୟାଦି ଗ୍ରାମ ମାନଙ୍କୁ ନେଇ ରାଧା କୃଷ୍ଣ ଲିଲକ୍ଷେତ୍ର କରିବା ସହିତ ଗୋବର୍ଦ୍ଧନ କରିବାକୁ ଆୟୋଜକ ମାନଙ୍କ ତରଫରୁ ପ୍ରଚେଷ୍ଟା ରହିବ ବୋଲି କହିଥିଲେ l ଶେଷରେ ଗୋଶାଳାର ଉପାଧ୍ୟକ୍ଷ ତଥା କବିରାଜ ହୃଷିକେଶ କ୍ଷେତି ଧନ୍ୟବାଦ୍ ଅର୍ପଣ କରିଥିଲେ l କାର୍ଯ୍ୟ କ୍ରମ ଆୟୋଜନରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅରବିନ୍ଦ ଗିରି, ନନ୍ଦନ ଚୌଧୁରୀ, ଠୀବୁରୁ ପାତ୍ର, ପବିତ୍ର ମୋହନ ମଲ୍ଲିକ, ସନ୍ତୋଷ କୁମାର ଭୋଇ, ତୁକୁନ ପଲିଆ ପ୍ରମୁଖ ସହଯୋଗ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପିବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁର୍ନୀତି ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ 

masiha

ପତାଞ୍ଜଳି ଯୋଗ ଶିବିରରେ ଭାଗବତ କଥାମୃତ ଓ ଅତିବଡ଼ି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!