ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯେଉଁ ପଡିଆରେ ଖେଳୁଥିଲେ ସେହି ପଡ଼ିଆରେ ଶ୍ରଦ୍ଧାଞ୍ଜଳି  ରାଜେଶଙ୍କ ସ୍ମୃତିରେ ଆରସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା, ପରିବାରକୁ ସମ୍ପୂର୍ଣ୍ଣ ସହଯୋଗ ନିଷ୍ପତ୍ତି

ଯେଉଁ ପଡିଆରେ ଖେଳୁଥିଲେ ସେହି ପଡ଼ିଆରେ ଶ୍ରଦ୍ଧାଞ୍ଜଳି 

ରାଜେଶଙ୍କ ସ୍ମୃତିରେ ଆରସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା, ପରିବାରକୁ ସମ୍ପୂର୍ଣ୍ଣ ସହଯୋଗ ନିଷ୍ପତ୍ତି

ରାୟଗଡ଼ା: କ୍ରିକେଟ ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅକାଳରେ ପ୍ରାଣ ହରାଇଥିବା ରାୟଗଡ଼ା ୟେଦୁ ସାହିର ପି. ରାଜେଶଙ୍କୁ ଆଜି ଆରସିସି ପକ୍ଷରୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରାଜେଶ ଗୁଡ଼ାରୀ ବ୍ଲକରେ ରାଜସ୍ୱ ନିରୀକ୍ଷକ (RI) ଭାବେ କାର୍ଯ୍ୟରତ ଥିଲେ।

ରାଜେଶଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ତାଙ୍କ ସହଖେଳାଳି ଓ ଆରସିସି ସଦସ୍ୟମାନଙ୍କ ପକ୍ଷରୁ ଆଜି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରାରେ ରାଜେଶଙ୍କ ସ୍ମୃତିଚାରଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା।

ଏହି ଅବସରରେ ରାଜେଶଙ୍କ ପରିବାରର ଏଭଳି ଦୁଃଖଦ ସମୟରେ ଆରସିସି ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପରିବାରକୁ ଆବଶ୍ୟକ ସହାୟତା ଓ ସହଯୋଗ ଯୋଗାଇଦେବା ପାଇଁ ସଦସ୍ୟମାନେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜେଶ ରାୟଗଡ଼ା IACR କଲେଜ ନିକଟସ୍ଥ RCC ଖେଳ ପଡ଼ିଆରେ ଅନ୍ୟ ସହଖେଳାଳିଙ୍କ ସହ କ୍ରିକେଟ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସହଖେଳାଳିମାନେ ତୁରନ୍ତ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜିର ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ସୂର୍ଯ୍ୟପ୍ରକାଶ, ବି. ସ୍ୱେଛା, କଳା ଅଶୋକ, ଚିଟ୍ଟୀ, ୱାଇ. ମୋହନ, ଗୌରୀ ଶଙ୍କର ପଟ୍ଟନାୟକ,ଗୁରୁପ୍ରସାଦ ସାହୁ ଆନନ୍ଦ ବେହେରା, ଆଶିଷ ରାଉଳ, ଶ୍ରୀଧର, ଅପ୍ପଳା ରାମୁ, ପିଣ୍ଟୁ, ଗୌରଉ, ଉମା ବେହେରାଙ୍କ ସମେତ ଆରସିସିର ବହୁ ସଦସ୍ୟ ଓ ସହଖେଳାଳି ଉପସ୍ଥିତ ରହି ରାଜେଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

କିଛି ସମୟ ପୂର୍ବରୁ ଯେଉଁ ପଡ଼ିଆରେ ସହଖେଳାଳିଙ୍କ ସହ ହସଖୁସିରେ କ୍ରିକେଟ ଖେଳୁଥିଲେ, ସେହି ପଡ଼ିଆରେ ଆଜି ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦିଆଯିବା ଘଟଣା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା। ରାଜେଶଙ୍କ ଅକାଳ ବିୟୋଗରେ ପରିବାର, ବନ୍ଧୁ, ସହକର୍ମୀ ଓ କ୍ରିକେଟ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜୁଲାଇ ୧୩ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

masiha

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

ନିଖିଳ ଓଡ଼ିଶା ଜଳସମ୍ପଦ ବ୍ରଟ୍ ଓଭର୍ ୱାର୍କ ଚାର୍ଜଡ୍ ଓ ୱେଜେଶ୍ ରେଗୁଲାର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧନା 

masiha

Leave a Comment

error: Content is protected !!