ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଶ୍ରୀବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ପାଳିତ

ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ଠାରେ ପବିତ୍ର ଶ୍ରୀ ବଳଦେବ ଜନ୍ମ ଓ ରକ୍ଷା ବନ୍ଧନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସେଁପୁର ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଶ୍ରୀବଳଦେବଙ୍କ ଜନ୍ମ ଓ ରକ୍ଷା ବନ୍ଧନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଭଉଣୀ ମାନେ ଭାଇ ମାନଙ୍କ ଦୀର୍ଘାୟୁ ଜୀବନ କାମନା କରି ରକ୍ଷା ବନ୍ଧନ କରିଥିଲେ । ଏଥିରେ ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଗୀତାଞ୍ଜଳି ବାଗ, ପ୍ରଭାତୀ ବେହେରା, ରଶ୍ମିତା ନାୟକ, ସୌଦାମିନୀ ସାହୁ,ରୀତା ସାହୁ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ, ଗଙ୍ଗାଧର ଚଳାନ, ତୋଫାନ ବାଗ,ଯଶୋବନ୍ତ ଚିନ୍ଦା, ଖୁସିରାମ ସାହୁ ଆଦି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଫାଇଲେରିଆ ଔଷଧ ପ୍ରଦାନକାରୀ ଏବଂ ପରିଦର୍ଶକଙ୍କ ପ୍ରଶିକ୍ଷଣ ଶିବିର 

ନବରଙ୍ଗପୁର ପୌରପାଳିକାରେ ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ 

ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ୨୧ ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!