ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ୩ ପଞ୍ଚାୟତରେ ବିଜେପି ଦଳ ପକ୍ଷରୁ ଗଣ ଧାରଣା

କୋକସରା,୩୧/୦୮ // ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପଞ୍ଚାୟତ ସ୍ତରରେ ଗଣ ଧାରଣା ଦେଇ ଶାସକ ବିଜେଡି ଦଳ ବିରୋଧରେ ଗଣ ଧାରଣା ସହ ରଣହୁଙ୍କାର ଦିଆଯାଇଛି । ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କୋକସରା, ମୋଟେର ଓ ମାଝୀଗୁଡା ପଞ୍ଚାୟତ ସମ୍ମୁଖରେ ବିଜେପିର ନେତୃବୃନ୍ଦ ମାନେ ଗଣ ଧାରଣା ଦେଇଛନ୍ତି ଓ ରାଜ୍ୟ ସରକାରଙ୍କ ଅପାରଗତା ଶାସନ ବ୍ୟବସ୍ଥାକୁ ନେଇ ପ୍ରତିବାଦ କରିଛନ୍ତି । ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆଵାସ ବଣ୍ଟନ ରେ ଦୁର୍ନୀତି, ପିଡ଼ିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା, ମନରେଗା ଯୋଜନାରେ ଶ୍ରମିକଙ୍କୁ ଅଣଦେଖା, ମନରେଗା କାର୍ଯ୍ୟ ଶ୍ରମିକ ବଦଳରେ ମେସିନରେ କାମ ହେବା, ବିନା ପିସିରେ ବ୍ଲକ କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ହେଉନଥିବା ନେଇ ଅଭିଯୋଗ କରିଛନ୍ତି। ୫ ଟି ଯୋଜନା ନାଁରେ ଶାସକ ଦଳ ବିଧାୟକଙ୍କ ଠିକାଦାର କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ଭଳି ଅଭିଯୋଗ କରିଛନ୍ତି। ବ୍ଲକର ୩ ପଂଚାୟତରେ ହୋଇଥିବା ଗଣ ଧାରଣା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେପି ଦଳର ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀର ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଶିଶୁଦେଵ ମୁଣ୍ଡ, କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗଣେଶ ନନ୍ଦ, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ଘନଶ୍ୟାମ ଅଗ୍ରୱାଲ, ଜନ୍ମେଜୟ ନାଏକ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟମାରଣା ନେଇ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମରେ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ,ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ଜିଲ୍ଲା ସଦସ୍ୟ ନରେନ୍ଦ୍ର ପ୍ରଧାନୀ, ସୁଶିଳ ପାଢ଼ୀ, ମନୋଜ ନାଏକ, ନବୀନ ପ୍ରଧାନୀ, ପ୍ରମୋଦ ପଣ୍ଡା, ଦୈତାରି ବାରିକ, ସୋମନାଥ ନାଏକ, ମହିଳା ନେତ୍ରୀ କୁନ୍ତୀ ପାଳ ସମେତ ବିଜେପିର ଅନ୍ୟ କର୍ମି ମାନେ ଉପସ୍ଥିତ ରହି ଧାରଣାରେ ସାମିଲ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଭାରତୀୟ ଜନତା ପାର୍ଟିର ମଣ୍ଡଳ ପ୍ରବାସ ବୈଠକ ଅନୁଷ୍ଠିତ

Sunil Chandra Nayak

ନିର୍ବାଚନୀ ଶେଷ ଦିନ ରେ ପ୍ରଚାର କୁ ଜୋରଦାର୍ କଲେ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର

masiha

ପଟାମୁଣ୍ଡାଇ ବ୍ଲକ ର ଖଣତା ଓ ଓଉପଦା ଗ୍ରାମ ପଂଚାୟତ ରେ ବିଜେଡି ବନ୍ଧୁମିଳନ ଉତ୍ସବ 

masiha

Leave a Comment

error: Content is protected !!