ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ଭାରତୀ

ବାଲେଶ୍ଵର,୦୧/୯/୨୩- ସାହିତ୍ୟ ସମାଜକୁ ସରସ ସୁନ୍ଦର କରି ତୋଳିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ସାହିତ୍ୟ ଓ ସମାଜ ଏବଂ ସମାଜ ଓ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ କହିଲେ ଅତ୍ଯୁକ୍ତି ହେବନାହିଁ । ସାହିତ୍ୟ ସମାଜକୁ ଦିଗଦର୍ଶନ ଦିଏ, ଉତ୍ତମ ଶିକ୍ଷା ଦିଏ ଏବଂ ସୁନ୍ଦର ସମାଜ ଗଠନ ଦିଗରେ ସହାୟକ ହୁଏ । ଏଥିପାଇଁ ସାହିତ୍ୟିକ ମାନଙ୍କର ଆବଶ୍ୟକ ହୋଇଥାଏ । ଜଣେ କବି ଓ ଲେଖକର ଲେଖନୀ ମୁନରୁ ସୃଷ୍ଟି ସୁନ୍ଦର ସାହିତ୍ୟ ସମାଜକୁ ଆଗେଇ ନେଇଥାଏ । ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ କବିତା, ଗଳ୍ପ ଓ ପ୍ରବନ୍ଧ ଇତ୍ୟାଦି ଲେଖିଥାଏ ଜଣେ ସାହିତ୍ୟିକ ଓ ସାହିତ୍ୟିକା । ଜଣେ କବି କେତେବେଳେ ଆତ୍ମସନ୍ତୋଷ ଲାଭକରେ ଯେତେବେଳେ ତା ଲେଖାଟି ସାହିତ୍ୟ ସମାଜରେ ସମସ୍ତଙ୍କୁ ଆନନ୍ଦ ଦେଇଥାଏ ବା ଶିକ୍ଷା ଦେଇଥାଏ ବା ଲେଖାଟି ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥାଏ, ସେ ପଦ୍ଯ ସାହିତ୍ୟ ହେଉ କିମ୍ବା ଗଦ୍ୟ ସାହିତ୍ୟ ହେଉ ଉଭୟ ସମାଜର ହିତ ପାଇଁ ଉଦ୍ଦିଷ୍ଟ । ସେହି ପରିପ୍ରେକ୍ଷୀରେ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗତ ୨୦୧୯ ମସିହାରେ ଗଢି ଉଠିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର । ପ୍ରତିଷ୍ଠା ଦିନଠାରୁ ସଦାସର୍ବଦା ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅହରହ ଚେଷ୍ଟା ଜାରି ରଖିଛି । ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପରେ ଗଦ୍ୟ ପ୍ରତିଯୋଗିତାକୁ ଗୁରୁତ୍ୱ ଦେଇ ଆସୁଛି ଅନୁଷ୍ଠାନ । ଗଦ୍ୟ ସହିତ ବି ମଝିରେ ମଝିରେ ପଦ୍ଯ ସାହିତ୍ୟକୁ ଅନୁଷ୍ଠାନ ପ୍ରାଧାନ୍ୟ ଦେଇଥାଏ । ଏହି କ୍ରମରେ ଗତ ତା ୨୦/୮/୨୩ ରିଖରେ ଅନୁଷ୍ଠିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଯାହାର ଶୀର୍ଷକ ଥିଲା ” ଶାଶ୍ୱତ ପ୍ରେମ ” । ଯେଉଁଥିରେ ନୂଆପଡ଼ା ଜିଲ୍ଲାର କବୟିତ୍ରୀ ଓ ଶିକ୍ଷୟିତ୍ରୀ ଭାରତୀ ହୋତାଙ୍କୁ ପ୍ରଥମ ସ୍ଥାନ ମିଳିଛି । ଶ୍ରୀମତୀ ହୋତା ପେଷାରେ ଜଣେ ଶିକ୍ଷୟିତ୍ରୀ ହେଲେ ନିଶାରେ ଜଣେ କବୟିତ୍ରୀ ଓ ଲେଖିକା । ସେହିପରି ଗୀତାଞ୍ଜଳି ଭୂୟାଁ, ସାଲେପୁର, କଟକଙ୍କୁ ଦ୍ବିତୀୟ ଓ ଦୁର୍ଯ୍ଯୋଧନ ବେହେରା, ଢେଙ୍କାନାଳଙ୍କୁ ତୃତୀୟ ସ୍ଥାନ ମିଳିଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବିକବୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

      ସେମାନଙ୍କ ମଧ୍ୟରେ(୧) ଭାରତୀ ହୋତା, ନୂଆପଡା (୨) ସବିତା ଶତପଥୀ, କୋରାପୁଟ(୩) ବୀଣାପାଣି ଦେବୀ, ଖୋର୍ଦ୍ଧା(୪) ଦୁର୍ଯ୍ଯୋଧନ ବେହେରା, ଢେଙ୍କାନାଳ(୫) ଜୟନ୍ତୀ ଓଝା, ଧର୍ମଶାଳା, ଯାଜପୁର(୬) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୭) ରଶ୍ମିରେଖା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା(୮) ଅନ୍ନପୂର୍ଣ୍ଣା ସାହୁ, ଭୁବନେଶ୍ୱର, ଖୋର୍ଦ୍ଧା(୯) ଗୀତା ମଞ୍ଜରୀ ଦାସ, ବରପଦା, ଭଦ୍ରକ(୧୦) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର(୧୧) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼(୧୨) ଅରୁଣ ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା(୧୩) ଗୀତାଞ୍ଜଳି ଭୂୟାଁ, ସାଲେପୁର, କଟକ ଓ (୧୪) ଦୌପଦୀ ମହାପାତ୍ର, ତିଖିରି, କେନ୍ଦ୍ରାପଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ହାତଲେଖା ଓ ବିଳମ୍ବରେ ଆସିଥିବା ଲେଖାକୁ ଅନୁଷ୍ଠାନ ଗ୍ରହଣ କରିନଥାଏ କି ବିଚାରକୁ ନେଇନଥାଏ ।

       ସମସ୍ତ କବିତା ଗୁଡିକୁ ଟିକିନିଖି ଭାବେ ସମୀକ୍ଷା କରିଥିଲେ ଝାରସୁଗୁଡା ଜିଲ୍ଲାର ଶିକ୍ଷୟିତ୍ରୀ ଓ କବୟିତ୍ରୀ ମାଧୁରୀ ମିଶ୍ର । ଶ୍ରୀମତୀ ମିଶ୍ରଙ୍କ ସମୀକ୍ଷା ବେଶ୍ ଚମକ୍ରାର ଥିଲା । ତାଙ୍କ ସମୀକ୍ଷାରେ ପାତରଅନ୍ତର ନଥାଏ । ସର୍ବଦା ନିରପେକ୍ଷ ସମୀକ୍ଷା କରିଥାନ୍ତି । ଗଦ୍ୟ ସାହିତ୍ୟର ଉନ୍ନତି ଅନୁଷ୍ଠାନର ମୂଳ ଲକ୍ଷ୍ୟ ହୋଇଥିବା ବେଳେ କବିତା ପ୍ରତିଯୋଗିତା ଅନୁଷ୍ଠାନର ଇଚ୍ଛାଧିନ ଅଟେ । କବିକବୟିତ୍ରୀ ମାନଙ୍କ ଖୁସି ଆନନ୍ଦ ପାଇଁ ମଝିରେ ମଝିରେ କବିତା ପ୍ରତିଯୋଗିତା ହୋଇଥାଏ । ସମସ୍ତ ଅଂଶ ଗ୍ରହଣକାରୀ ଓ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ହୃଦୟଭାରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା । ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାଳ ବୈଶାଖିରେ ନବରଙ୍ଗପୁର ଜିଲ୍ଲାରେ କୁଆ ପଥରବର୍ଷା

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

Sunil Chandra Nayak

ବଜ୍ରାଘାତରେ ବଳଦର ମୃତ୍ୟୁ

masiha

Leave a Comment

error: Content is protected !!