ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଲାଙ୍ଗୀର ପାଟଣାଗଡ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ପାଟଣାଗଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ଗୁରୁବାର ସଂଧ୍ୟା ପ୍ରାୟ ୭ ଟା ସମୟରେ ସ୍ଥାନୀୟ ପାଟଣାଗଡ ଟିକପାଲି (ୱାର୍ଡ ନମ୍ବର-୧୧) ଠାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାରୀ ଉଆଁସୁ ପୋଢ 35ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷିୟ ଯୁବକ ଜିତେନ ଧୁବଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁଯାୟୀ ଟିକପାଲି ନିବାସୀ ଝାରୁ ଧୁବଲଙ୍କ ସାନପୁଅ ଜିତେନ ଏବଂ ଭକ୍ତ ପୋଢଙ୍କ ପୁଅ ଉଆଁସୁ ଇଟା ଗଢିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତେବେ ଉଭୟେ ଫେରି ଆସିବା ପରେ ମଧ୍ୟ ଉଆଁସୁ କୁଆଡେ ମଝି ମଝିରେ ଜିତେନକୁ ହତ୍ୟା ଧମକ ଦେଉଥିଲା । ଗତକାଲି ସଂଧ୍ୟା ୭ଟା ସମୟରେ ଟିକପାଲି ଉପକଣ୍ଠ ସ୍ଥିତ ହୀରାସାଗର ପୋଖରୀ ନିକଟରେ ଜିତେନ ଥିବା ବେଳେ ଉଆଁସୁ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା କୁହାଯାଉଛି । ଉଆଁସୁ ଧରିଥିବା ଏକ ଧାରୁଆ ଟାଙ୍ଗିଆରେ ଜିତେନଙ୍କ ବେକରେ ଆକ୍ରମଣ କରିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଘଟଣାସ୍ଥଳରେ ହିଁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଏବଂ ଏକ ଲୁହା ପାଇପ ପଡିଥିବା ଦେଖିବାକୁ ମିଳିଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଉଆଁସୁ ଫେରାର ହୋଇଯାଇଥିଲେ । ପାଟଣାଗଡ଼ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜିତେନ୍‌ଙ୍କ ନିଶ୍ଚଳ ରକ୍ତ ଜୁଡୁବୁଡୁ ଶରୀରକୁ ପାଟଣାଗଡ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଅଭିଯୁକ୍ତକୁ ଖୋଜିବାରେ ତନାଘନା କରିଥିଲା । ଗତ ରାତିରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳକୁ ଅଭିଯୁକ୍ତକୁ ନେଇ ଆଜି ସିନ୍‌ ରିକ୍ରିଏସନ୍‌ କରିଥିବା ଜଣାପଡିଛି । ଏନେଇ ପାଟଣାଗଡ଼ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଉଆଁସୁକୁ ପୋଲିସ କୋର୍ଟ ଚାଲାଣ କରିଛି । ଏନେଇ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣାର ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଶ କରିଛନ୍ତି।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ବେଆଇନ ମହୁଲ ବୋଝେଇ ପିକ ଅପ ଜବତ, ୩ ଗିରଫ

masiha

ବନବିଭାଗ ଓ ପୋଲିସର ମିଳିତ ଚଢାଉ/ ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପୋଲିସ : କୁକୁଡ଼ା ଗାଲି ଚଢ଼ାଉ ତିନି ଗିରଫ 2100 ଟଙ୍କା ଓ 5 ସେଟ ଗୋଟି ଓ ତିନି ରସିଦ ଜବତ

Sunil Chandra Nayak

Leave a Comment

error: Content is protected !!