ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକତା ଦେଖେଇଲେ ତିନିଜଣ ପୋଲିସ ଅଧିକାରୀ

ନବରଙ୍ଗପୁର (ମସିହା )ମାନବିକତା ଦେଖେଇଲେ ପୋଲିସ ଅଧିକାରୀ ଆମ୍ବୁଲାନ୍ସ ନ ଆସିବାରୁ ଆହତ ବ୍ୟକ୍ତି ଙ୍କୁ ଥାନା ଗାଡ଼ିରେ ମେଡିକାଲ କୁ ନେଇ ଚିକିତ୍ସା କରେଇଲେ ତିନିଜଣ ପୋଲିସ ଅଧିକାରୀ lଜଣେ ହେଲେ ରାଇଘର ଥାନା ର ସବଇନେସପେକ୍ଟର ମନୋରଞ୍ଜନ ବେହେରା, ଏଏସଆଇ ମନୋରଞ୍ଜନ ମିଶ୍ର ଆଉ ଜଣେ ହେଲେ ଏଏସ ଆଇ କୌଶିକ ସାହୁ l ସୂଚନା ମୁତାବକ ରାଇଘର ବ୍ଲକ ର କୁମୁଲି ଛକ ନିକଟରେ ଗତକାଲି ସନ୍ଧ୍ୟା ୭ ଟା ସମୟରେ ଦୁଇଟି ମଟରସାଇକେଲ ପରସ୍ପର ଭିତରେ ଧକ୍କା ହେବା ଫଳରେ ଦୁଇଟି ମଟରସାଇକେଲ ଆରୋହୀ ଛିଟିକି ପଡ଼ିଥିଲେ lଫଳରେ ଦୁଇଜଣ ଙ୍କ ଗୋଡ଼ ରେ ଆଘାତ ଲାଗିବାରୁ ଗୋଡ଼ ଭାଙ୍ଗି ଯାଇଥିଲା lଜଣେ ରାଇଘର ରୁ ଉମରକୋଟ ଯାଉଥିବା ବେଳେ ବିପରୀତ ଦିଗରୁ କୁମୁଲି ରୁ ହାତୀଗା ଯାଉଥିବା ପରସ୍ପର ମଟରସାଇକେଲ ଧକ୍କା ହୋଇଥିଲା lଏହା ଦେଖି ରାସ୍ତା ରେ ଯାଉଥିବା ଲୋକେ ସାଙ୍ଗେ ସାଙ୍ଗେ ୧0୮ କୁ ଫୋନ କରିଥିଲେ l କିନ୍ତୁ ରାଇଘର ର ୧0୮ ଆମ୍ବୁଲାନ୍ସ ଖରାପ ଥିବାରୁ ଆମ୍ବୁଲାନ୍ସ ଆସିନଥିଲା l ପରେ ହାଟଭରଣ୍ଡି ମେଡିକାଲ କୁ ଯୋଗାଯୋଗ କରିବାରୁ ସେହି ଆମ୍ବୁଲାନ୍ସ ରୋଗୀ ଧରି ବାହାରକୁ ଯିବାରୁ ଘଟଣା ସ୍ଥଳରେ କୌଣସି ଆମ୍ବୁଲାନ୍ସ ଆସିନଥିଲା l ପରେ ରାଇଘର ଥାନା କୁ ଯୋଗାଯୋଗ କରିବା ପରେ ଥାନା ରୁ ସବଇନେସ୍ପେକ୍ଟର ମନୋରଞ୍ଜନ ବେହେରା, ମନୋରଞ୍ଜନ ମିଶ୍ର, କୌଶିକ ସାହୁ ତିନିଜଣ ପୋଲିସ ଡେରି ନ କରି ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଥାନା ଗାଡ଼ିରେ ବସେଇ ରାଇଘର ମେଡିକାଲ କୁ ଧରି ଆସିଥିଲେ ଏବଂ ଡକ୍ଟର ଚିକିତ୍ସା ମଧ୍ୟ ଜାରି ରଖି ଥିଲେ l ଏହି ତିନିଜଣ ଥାନା ଅଧିକାରୀ ଙ୍କ ମାନବିକତା କାର୍ଯ୍ୟ କୁ ସ୍ଥାନୀୟ ଅଂଚଳର ଜନସାଧାରଣ ପ୍ରଶଂସା କରିଛନ୍ତି ଓ ସେମାନଙ୍କ ମୁହଁରେ ପୋଲିସ ହେବ ତ ଏମିତି ଅଧିକାରୀ ଭଳି ହୁଅ ବୋଲି ଆଲୋଚନା ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂଆପଡା ଜିଲ୍ଲାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ  ରକ୍ତଦାନ ଭଳି ପୁଣ୍ୟ କାମରେ ସମସ୍ତେ ସହଯୋଗ କରନ୍ତୁ – ଜିଲ୍ଲାପାଳ 

masiha

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟସନ ରେ ହାକାଥନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

Sunil Chandra Nayak

Leave a Comment

error: Content is protected !!