ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳୁକ ଆଇନ ସେବା ସମିତି ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼୩/୯(ମ ନି ସ) -ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟିଗାଁ ଠାରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ ସ୍ଥାଇ ଲୋକ ଅଦାଲତ ଓ ତାର ଉପକାରିତା ଏବଂ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୦ର ଅଧlୟ ଷଷ୍ଠ (ଏ )ଉପରେ ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ତାଳୁକ ଆଇନ ସେବା ସମିତି ଦ୍ୱାରା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ତାଳୁକ ଆଇନ ସେବା ସମିତି ଜୁନାଗଡ଼ ର ଅଧକ୍ଷା ଶ୍ରୀମତୀ ଶିଙ୍କୁନ ରାଏ ବିଚାରପତି ଜେ ଏମ ଏଫ ସି,ସିଭିଲ ଜଜ ଜୁନିଅର ଡିଭିଜନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ଥାୟୀ ଲୋକ ଅଦାଲତ ଏବଂ ତାର ଉପକାରିତା ଏବଂ ଅଧିନିୟମ ଉପରେ ଏକ ବିସ୍ତୃତ ସୂଚନା ଦେଇ ତାର ଲାଭ ଜନସାଧାରଣ ନେବା ପାଇଁ ଉପସ୍ଥିତ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ କର କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ ଉପରେ ସମସ୍ତ ଙ୍କୁ ଅବଗତ କରାଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଏ, ଇ, ସୁଜିତ କୁମାର ଭୂୟାଁ ଜି ପି ଇ ଓ ରାଜେନ୍ଦ୍ର କୁମାର ଭୋଇ, ହିମାଂଶୁ ରଞ୍ଜନ ବଳ ଏମ ଆଇ ଦେବେନ୍ଦ୍ର ଧରୁଆ, ବି ପି ସି (ମିଶନ ଶକ୍ତି )ତରୁଣ କୁମାର ଛତ୍ରୀୟା, ବି ଏଲ ସି ଧର୍ମେନ୍ଦ୍ର ଦୀପ, ଜେ ଇ କରୁଣା କର ମୁର୍ମୁ, ମେମ୍ବର ତାଳୁକା ଆଇନ ସେବା ସମିତି ଦିପେନ କୁମାର ସାହୁ, ଦିଗାମ୍ବର ନାଏକ ଓ ଅଶୋକ ନାଏକ ଏ ପି ପି ଜୁନାଗଡ଼ ସରପଞ୍ଚ ନୀଳାଞ୍ଚଳ ମେହେର ଓ ମାଟିଗାଁ ଜନସାଧାରଣ ଯୋଗଦାନ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର 

masiha

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସପ୍ତମ ଦିନରେ ପହଞ୍ଚିଲା ଧାରଣା , ବଢ଼ିବାରେ ଲାଗିଛି ସମର୍ଥନ , ଧାରଣାରେ ବସିଲେ ଟେଣ୍ଟ ମାଲିକ ସଂଘ ଓ ଉତ୍କଳମଣି ସେବା ସଂଘ 

masiha

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ୟ ଆସର

Leave a Comment

error: Content is protected !!