ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ନମିତା ତାଡ଼ିଙ୍ଗିଙ୍କ ପାଖରେ ଲକ୍ଷ୍ମୀପୁର ରୁ ଗ୍ରୀନ ଇଣ୍ଡିଆ ଗ୍ରୁପ ପହଞ୍ଚି ଦେଲେ ସହାୟତା

ବନ୍ଧୁଗାଁ ତା ୩/୯/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ବଡମାଥୁର ଗ୍ରାମର ୧୯ ବର୍ଷ ବୟସ ୯୦ ଶତକଡାରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବତୀଙ୍କ ଘରେ ଆଜି ଲକ୍ଷ୍ମୀପୁର ଗ୍ରୀନ ଇଣ୍ଡିଆ ଗ୍ରୁପ ପହଞ୍ଚି ସହାୟତ ପ୍ରଦାନ କରିଛନ୍ତି। ଗ୍ରୀନ ଇଣ୍ଡିଆ ଗ୍ରୁପର ସଭାପତି ଗପେଶ୍ୱର ଗରଡ଼ାଙ୍କ ସହିତ କୋରାପୁଟ ଜିଲ୍ଲା ର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଝିନ ହିକକା ଓ ହେମନ୍ତ ମହାନ୍ଦୀଆ, କୃଷ୍ଣଚନ୍ଦ୍ର ତୁରୁକ, ବେଣୁଧର ସୁଚେନ, ସୁବାଷ ମାଝି, କୈଳାଶ ମଣ୍ଡଳ ଓ ହରେକୃଷ୍ଣ ବିଶୋଇ ପହଞ୍ଚି ଦିବ୍ୟାଙ୍ଗ ଯୁବତୀଙ୍କ ମାଆ ପାରମ କାଡ୍ରାକା, ଭଉଣୀ ଓ ସମିତି ମେମ୍ବର ମିନ୍ଦ୍ରୁ କାଡ୍ରାକା, ବାଷ୍ଟମା କାଡ୍ରାକା,ପୁର୍ବତନ ସରପଞ୍ଚ ମୋହନ କାଡ୍ରାକା ଉପସ୍ଥିତିରେ ଦିବ୍ୟାଙ୍ଗ ବାଳିକାଙ୍କୁ ପିନ୍ଧିବା ପୋଷାକ,ମାଆଙ୍କୁ ଶାଡି ଓ ୧୦୦୦ ଟଙ୍କା ସହାୟତା ଯୋଗାଇ ଦେଇଥିଲେ। ଅନେକ ଦିନ ତଳେ ଆମ ଗଣମାଧ୍ୟମ ଖବର କାଗଜରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୁବତୀଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ଟଙ୍କା ପାଉନଥିବା ଖବର ପ୍ରସାରିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ସଂପୂର୍ଣ୍ଣ ଅସହାୟ ଦିବ୍ୟାଙ୍ଗ ଯୁବତୀଙ୍କ ଖବର ପଡ଼ି ଲକ୍ଷ୍ମୀପୁର ବ୍ଲକର ଗ୍ରୀନ ଇଣ୍ଡିଆ ଗ୍ରୁପ ତରଫରୁ ସହାୟତା ଯୋଗାଇବା ପାଇଁ ପ୍ରତିଶୃତି ଦେଇ ଥିଲେ। ଆଜି ଗ୍ରୀନ ଇଣ୍ଡିଆ ଗ୍ରୁପରୁ ଦିବ୍ୟାଙ୍ଗ ଯୁବତୀଙ୍କ ବଡମାଥୁର ଗାଁର ଘରେ ପହଞ୍ଚି ଦିବ୍ୟାଙ୍ଗ ଯୁବତୀଙ୍କ ମାଆ, ଭଉଣୀ ଓ ଗାଁ ଲୋକଙ୍କ ସହିତ ଆଲୋଚନା କରି ଆଜି ପର୍ଯ୍ୟନ୍ତ ଭତ୍ତା ଟଙ୍କା ପାଉନଥିବା ରୁ ଦୁଃଖ ପ୍ରକାଶ କରିଥିଲେ। ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଦାଇତ୍ୱରେ ଥିବା ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଏହିପରି ଦିବ୍ୟାଙ୍ଗ ଯୁବତୀ ଙ୍କୁ ଅଣଦେଖା କରି ଛାଡ଼ି ଦେଇ ଥିବାରୁ ଦୁଃଖ ପ୍ରକାଶ କରି ସରକାରଙ୍କ ଠାରୁ ଭତ୍ତା ଟଙ୍କା ନ ପାଇବା ପର୍ଯ୍ୟନ୍ତ ମାସିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ବନ୍ଧୁଗାଁ ଖବର କାଗଜର ପ୍ରତିନିଧିଙ୍କ ଦ୍ଵାରା ଆଜି ପର୍ଯ୍ୟନ୍ତ ଏହି ପ୍ରକାର ଦିବ୍ୟାଙ୍ଗ ଥିବା ଯୁବତୀଙ୍କ ବିଷୟରେ ଲୋକ ଲୋଚନ କୁ ଆଣିଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମ ଅଞ୍ଚଳରେ ଗ୍ରୀନ ଇଣ୍ଡିଆ ଗ୍ରୁପ ଅନେକ ପ୍ରକାର ସହାୟତା ଗାଁ ଗହଳି ରେ ପହଞ୍ଚି ଅବହେଳିତ ଅବସ୍ଥାରେ ଥିବା ଲୋକ ଓ ଛାତ୍ରଛାତ୍ରୀ ଙ୍କୁ ଯୋଗାଇ ଆସୁଛନ୍ତି। ଏହି ପ୍ରକାର ସହାୟତା ଯୋଗାଉ ଥିବାରୁ ଆମ ବନ୍ଧୁଗାଁ ବ୍ଲକ ତରଫରୁ ଗ୍ରୀନ ଇଣ୍ଡିଆ ଗ୍ରୁପ ର ସମସ୍ତ ସଦସ୍ୟ ଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରୁଅଛୁ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ l ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି 

masiha

ରାଇଘର ବ୍ଲକରେ ଗଠନ ହେଲା ସ୍ବଚ୍ଛାସେବୀ ସଙ୍ଗଠନ , ଏକତା ସାମାଜିକ ସଂଗଠନ ନାମରେ ନାମିତ 

Sunil Chandra Nayak

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ଯୋଜନା ଶୁଭାରମ୍ଭର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!